ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ କ୍ରିକେଟ ଟିମ୍‌ ଘୋଷିତ: ବାଦ୍‌ ପଡ଼ିଲେ କେଏଲ୍‌ ରାହୁଲ, ଶୁଭମନ୍‌ ଗିଲ୍‌ଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଆଗାମୀ ଟେଷ୍ଟ ଶୃଙ୍ଖଳା ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା ହୋଇଛି। ଚୟନ କମିଟି ଭାରତୀୟ ଟିମ୍‌ରେ ଓପନର କେ.ଏଲ୍‌ ରାହୁଲଙ୍କୁ ସ୍ଥାନ ଦେଇ ନଥିବା ବେଳେ ଯୁବ କ୍ରିକେଟର ଶୁଭମନ ଗିଲଙ୍କୁ ସାମିଲ କରିଛି। ସୂଚନାଯୋଗ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଅକ୍ଟୋବର ମାସରୁ ୩ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବ।

ରନ୍‌ ମେସିନ ନାଁରେ ଜଣାଶୁଣା ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓପନିଂ କରିବେ। ଚୟନକାରୀ କମିଟି ୧୯ ବର୍ଷରୁ କମ ବିଶ୍ୱକପ୍‌ ଷ୍ଟାର ଖେଳାଳି ଶୁଭମନଙ୍କ ପ୍ରଦର୍ଶନକୁ ଭିତ୍ତିକରି ତାଙ୍କୁ ଚୟନ କରିଛି। ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି, ଟେଷ୍ଟ ଇନିଂସକୁ ଆରମ୍ଭ କରିବା ପାଇଁ ରୋହିତ ଶର୍ମାଙ୍କୁ ଏକ ସୁଯୋଗ ଦିଆଯିବା ଦରକାର।

ତିନି ଟେଷ୍ଟ ପାଇଁ ଭାରତୀୟ ଦଳ:

ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ଵାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ (ଓ୍ଵିକେଟ୍‌ରକ୍ଷକ), ଋଦ୍ଧିମାନ ଶାହ (ଓ୍ଵିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ଈଶାନ୍ତ ଶର୍ମା, ଶୁଭମନ ଗିଲ୍‌

ସମ୍ବନ୍ଧିତ ଖବର