ମୁମ୍ବାଇ : ଆଗାମୀ ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଦଳକୁ ବିରାଟ କୋହଲି ଓ କେଏଲ ରାହୁଲ ଫେରିଥିବାବେଳେ ଦୀପକ ଚହର, ଶ୍ରେୟସ ଆୟର, ଅକ୍ଷର ପଟେଲଙ୍କୁ ଷ୍ଟାଣ୍ଡ ବାଏ ହିସାବରେ ରଖାଯାଇଛି । ତେବେ ଭାରତ ପାଇଁ ସବୁଠାରୁ ବଡ଼ ଧକ୍କା ହେଉଛି, ଆହତ ଜନିତ କାରଣରୁ ପ୍ରମୁଖ ଷ୍ଟ୍ରାଇକ ବୋଲର ଯଶପ୍ରୀତ ବୁମରା ବାଦ ପଡ଼ିଛନ୍ତି । ତାଙ୍କ ଅନୁପସ୍ଥିତିରେ ଭୁବନେଶ୍ବର କୁମାର, ଆଭେସ ଓ ଅର୍ସଦୀପ ଦ୍ରୁତ ବୋଲିଂ ଦାୟିତ୍ବ ସମ୍ଭାଳିବେ ।
ଅଗଷ୍ଟ ୨୭ରୁ ଆରମ୍ଭ ହେଉଥିବା ଏସିଆ କପ ଟି-୨୦ ଫର୍ମାଟରେ ଖେଳାଯିବ ଓ ଏଥିରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଭାଗ ନେବେ ।
ଅଗଷ୍ଟ ୨୭ ଉଦଘାଟନୀ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ଆଫଗାନିସ୍ତାନ । ଏହାର ପର ଦିନ ଅର୍ଥାତ ଅଗଷ୍ଟ ୨୮ରେ ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ ଅନୁଷ୍ଠିତ ହେବ । ଦୁବାଇଠାରେ ହେବାକୁ ଥିବା ଏହି ମ୍ୟାଚ ଦୁଇ ଚିରାଚରିତ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ସେପ୍ଟେମ୍ବର ୧୧ରେ ଦୁବାଇଠାରେ ଖେଳାଯିବ ।
ଭାରତୀୟ ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା,ଋଷଭ ପନ୍ତ, ଦିନେଶ କାର୍ତ୍ତିକ,ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜେଦେଜା, ଆର.ଅଶ୍ବୀନ, ଯୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ଅର୍ସଦୀପ ସିଂ, ଆଭେସ ଖାନ୍ ।