ଭୁବନେଶ୍ୱର: ୨୦୧୨ ମସିହାରୁ ଆରମ୍ଭ ହୋଇଥିବା ବିଶ୍ୱ ହକି ଲିଗର ତିନିଟି ଯାକ ସଂସ୍କରଣର ଫାଇନାଲ୍ ଭାରତରେ ଖେଳା ଯାଇଛି। ପ୍ରଥମ ବିଶ୍ୱ ହକି ଲିଗ୍ର ଫାଇନାଲ ନୂଆଦିଲ୍ଲୀରେ ଖେଳା ଯାଇଥିଲା। ଏହା ପୂର୍ବରୁ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ୫୪ ଦଳ ଅଂଶ ଗ୍ରହଣ କରିଥିଲେ। ୩ରୁ ୫ ଦଳ ଥିବା ୯ଟି ଇଭେଣ୍ଟରେ ପ୍ରଥମ ପର୍ଯ୍ୟାୟ ଖେଳା ଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୬ ଦଳ ଲେଖାଏଁ ଚାରିଟି ଇଭେଣ୍ଟ ଆୟୋଜିତ ହୋଇଥିଲା। ଅନ୍ୟ ପକ୍ଷରେ ୮ ଦଳିଆ ସେମିଫାଇନାଲର ଦୁଇଟି ଇଭେଣ୍ଟରୁ ଫାଇନାଲ୍ ଖେଳିଥିବା ଚୂଡ଼ାନ୍ତ ୮ ଦଳ ବଛା ଯାଇଥିଲା। ନୂଆଦିଲ୍ଲୀ ଫାଇନାଲରେ ନେଦରଲାଣ୍ଡ ୭-୨ ଗୋଲ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମ ବିଜେତା ହେବାର ସୌଭାଗ୍ୟ ଲାଭ କରିଥିଲା। ନ୍ୟୁଜିଲାଣ୍ଡ ଉପ ବିଜେତାରେ ସନ୍ତୁଷ୍ଟ ରହିଥିଲା। ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡ ୨-୧ରେ ବିଜୟୀ ହୋଇଥିଲା। ଫଳରେ ତୃତୀୟ ସ୍ଥାନ ଅଧିକାର କରି ନେଇଥିଲା। କଙ୍ଗାରୁ ଦଳ ଚତୁର୍ଥ ସ୍ଥାନରେ ତା’ର ଅଭିଯାନ ଶେଷ କରିଥିଲା। ଆୟୋଜକ ଭାରତ ଏହି ପ୍ରତିଯୋଗିତାରେ ଆଶାଜନକ ପ୍ରଦର୍ଶନ କରି ନ ପାରି ଷଷ୍ଠ ସ୍ଥାନ ଅଧିକାର କରିଥିଲା। ଛତିଶଗଡ଼ର ରାଏପୁରରେ ୨୦୧୪-୧୫ରେ ଆୟୋଜିତ ବିଶ୍ୱ ହକି ଲିଗ୍ ଫାଇନାଲର ଦ୍ୱିତୀୟ ସଂସ୍କରଣରେ ଅଷ୍ଟ୍ରେଲିଆ ଆଧିପତ୍ୟ ବିସ୍ତାର କରିଥିଲା। ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ୨-୧ ଗୋଲ୍ରେ ବେଲଜିୟମକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଜେତା ହେବାର ଗୌରବ ହାସଲ କରିଥିଲା। ଘରୋଇ ପରିବେଶରେ ଭାରତ ଏଥର ଚମତ୍କାର ହକି ଖେଳିଥିଲା। ଫାଇନାଲ୍ ଯାଇ ପାରି ନଥିଲେ ମଧ୍ୟ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ହାସଲ କରି ନେଇଥିଲା। ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ବେଲଜିୟମ ସହ ଲଢ଼ି ପେନାଲ୍ଟିରେ ୩-୨ ରେ ବିଜୟୀ ହୋଇଥିଲା। ବିଶ୍ୱ ହକି ଲିଗ୍ ଫାଇନାଲର ପୂର୍ବ ଦୁଇ ସଂସ୍କରଣରେ ବିଜେତା ହୋଇଥିବା ନେଦରଲାଣ୍ଡ ଏବଂ ଅଷ୍ଟ୍ରେଲିଆ ପାଖରେ ଭୁବନେଶ୍ୱରରେ ପ୍ରଥମ ଦଳ ଭାବେ ଦୁଇ ଥର ବିଜେତା ହେବାର ବିକଳ୍ପ ରହିବ। ସେହିଭଳି ଅନ୍ୟ ଦଳଗୁଡ଼ିକ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ପ୍ରତିଯୋଗିତାର ଆକର୍ଷଣୀୟ ଟ୍ରଫିକୁ ତୋଳି ଧରିବା ଲକ୍ଷ୍ୟରେ ରହିବେ।
ଭାରତରେ ତୃତୀୟ, ଓଡ଼ିଶାରେ ପ୍ରଥମ
/sambad/media/post_attachments/wp-content/uploads/2017/11/Het-Nederlands-hockeyteam-tijdens-de-Hockey-World-League-in-India.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)