ନୂ୍ଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଏବଂ ବିଶ୍ବକପ୍ ପାଇଁ ଅବିରତ ଭାବେ ପ୍ରାୟ ୪ ମାସର କ୍ରିକେଟ୍ ପରେ ଏବେ ଭାରତ ପାଇଁ ମଧ୍ୟ ନିଶ୍ବାସ ମାରିବା ସମୟ ନାହିଁ। ବିଶ୍ବକପ୍ ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବାପାଇଁ ପ୍ରସ୍ତୁତ ହୋଇଲାଣି। ୱେଷ୍ଟଇଣ୍ଡିଜ୍ ଗସ୍ତ ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବ। ତେବେ ୨୦୧୯-୨୦ ଘରୋଇ କ୍ରିକେଟ୍ ଋତୁ ଭାରତ ପାଇଁ ବ୍ୟସ୍ତବହୁଳ ସୂଚୀ ରଖିଛି। ୨୦୧୯ ଅଗଷ୍ଟରୁ ୨୦୨୦ ମାର୍ଚ ୧୮ ତାରିଖ ମଧ୍ୟରେ ଭାରତ ଉଭୟ ଦେଶ ଓ ବିଦେଶରେ ୯ ଟେଷ୍ଟ, ୧୫ ଦିନିକିଆ ଓ ୨୦ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବ। ଏମଧ୍ୟରୁ ଘରୋଇ ମାଟିରେ ୫ ଟେଷ୍ଟ, ୯ ଦିନିକିଆ ଓ ୧୨ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାକୁ ଥିଲା ବେଳେ ବିଦେଶରେ ୪ ଟେଷ୍ଟ୍, ୬ ଦିନିକିଆ ଓ ୮ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବ। ଏହି ଋତୁରେ ଭାରତ କେବଳ ୱେଷ୍ଟଇଣ୍ଡିଜ୍ ଏବଂ ନ୍ୟୁଜିଲାଣ୍ଡ ଗସ୍ତ କରିବାକୁ ଥିଲା ବେଳେ ଘରେ ଦକ୍ଷିଣ ଆଫ୍ରିକା (୩ ଟି-୨୦ ଓ ୩ ଟେଷ୍ଟ), ବାଂଲାଦେଶ (୩ ଟ୍ବେଣ୍ଟି-୨୦ ଓ ୨ ଟେଷ୍ଟ), ୱେଷ୍ଟଇଣ୍ଡିଜ୍ (ଫେରନ୍ତା ଗସ୍ତରେ ୩ ଟ୍ବେଣ୍ଟି-୨୦ ଓ ୩ ଦିନିକିଆ), ଜିମ୍ବାୱେ (୩ ଟ୍ବେଣ୍ଟି-୨୦), ଅଷ୍ଟ୍ରେଲିଆ (୩ ଦିନିକିଆ) ଏବଂ ଦକ୍ଷିଣ ଆଫ୍ରିକା (୩ ଦିନିକିଆ) ବିପକ୍ଷରେ ମୋଟ ୬ ଶୃଙ୍ଖଳା ଖେଳିବାର ସୂଚୀ ରହିଛି। ବିଦେଶରେ ୱେଷ୍ଟଇଣ୍ଡିଜ୍ (୩ ଟ୍ବେଣ୍ଟି-୨୦, ୩ ଦିନିକିଆ ଓ ୨ ଟେଷ୍ଟ) ଏବଂ ନ୍ୟୁଜିଲାଣ୍ଡ୍ (୫ ଟ୍ବେଣ୍ଟି-୨୦, ୩ ଦିନିକିଆ ଓ ୨ ଟେଷ୍ଟ) ବିପକ୍ଷରେ ଦୁଇଟି ଶୃଙ୍ଖଳା ଖେଳିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଆରମ୍ଭ ହେବାକୁ ଥିବା ଘରୋଇ ଋତୁ ସେହି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ହିଁ ଶେଷ ହେବ।
୨୦୧୯-୨୦ ଶୃଙ୍ଖଳା ସୂଚୀ
ବିଦେଶ ଶୃଙ୍ଖଳା ୨୦୧୯
ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ (୩ ଟ୍ବେଣ୍ଟି-୨୦, ୩ ଦିନିକିଆ ଓ ୨ ଟେଷ୍ଟ୍)
ତାରିଖ ମ୍ୟାଚ୍ ସ୍ଥାନ
ଅଗଷ୍ଟ ୩ ପ୍ରଥମ ଟ୍ବେଣ୍ଟି-୨୦ ଲାଉଡର ହିଲ୍
ଅଗଷ୍ଟ ୪ ଦ୍ବିତୀୟ ଟ୍ବେଣ୍ଟି-୨୦ ଲାଉଡର ହିଲ୍
ଅଗଷ୍ଟ ୬ ତୃତୀୟ ଟ୍ବେଣ୍ଟି-୨୦ ପ୍ରୋଭିଡେନ୍ସ
ଅଗଷ୍ଟ ୮ ପ୍ରଥମ ଦିନିକିଆ ପ୍ରୋଭିଡେନ୍ସ
ଅଗଷ୍ଟ ୧୧ ଦ୍ବିତୀୟ ଦିନିକିଆ ପୋର୍ଟ ଅଫ୍ ସ୍ପେନ୍
ଅଗଷ୍ଟ ୧୪ ତୃତୀୟ ଦିନିକିଆ ପୋର୍ଟ ଅଫ୍ ସ୍ପେନ୍
ଅଗଷ୍ଟ ୨୨-୨୬ ପ୍ରଥମ ଟେଷ୍ଟ୍ ନର୍ଥ ସାଉଣ୍ଡ
ଅଗଷ୍ଟ ୩୦-ସେପ୍ଟେମ୍ବର ୩ ଦ୍ବିତୀୟ ଟେଷ୍ଟ୍ କିଙ୍ଗଷ୍ଟନ୍
ଘରୋଇ ଶୃଙ୍ଖଳା
ଦକ୍ଷିଣ ଆଫ୍ରିକା ବିପକ୍ଷ (୩ ଟ୍ବେଣ୍ଟି-୨୦ ଓ ୩ ଟେଷ୍ଟ୍)
ସେପ୍ଟେମ୍ବର ୧୫ ପ୍ରଥମ ଟ୍ବେଣ୍ଟି-୨୦ ଧର୍ମଶାଳା
ସେପ୍ଟେମ୍ବର ୧୮ ଦ୍ବିତୀୟ ଟ୍ବେଣ୍ଟି-୨୦ ମୋହାଲି
ସେପ୍ଟେମ୍ବର ୨୨ ତୃତୀୟ ଟ୍ବେଣ୍ଟି-୨୦ ବେଙ୍ଗାଲୁରୁ
ଅକ୍ଟୋବର ୨-୬ ପ୍ରଥମ ଟେଷ୍ଟ୍ ଭାଇଜାଗ୍
ଅକ୍ଟୋବର ୧୦-୧୪ ଦ୍ବିତୀୟ ଟେଷ୍ଟ୍ ରାଞ୍ଚି
ଅକ୍ଟୋବର ୧୯-୨୩ ତୃତୀୟ ଟେଷ୍ଟ୍ ପୁନେ
ବାଂଲାଦେଶ ବିପକ୍ଷ (୩ ଟ୍ବେଣ୍ଟି-୨୦ ଓ ୨ ଟେଷ୍ଟ୍)
ନଭେମ୍ବର ୩ ପ୍ରଥମ ଟ୍ବେଣ୍ଟି-୨୦ ଦିଲ୍ଲୀ
ନଭେମ୍ବର ୭ ଦ୍ବିତୀୟ ଟ୍ବେଣ୍ଟି-୨୦ ରାଜକୋଟ
ନଭେମ୍ବର୧୦ ତୃତୀୟ ଟ୍ବେଣ୍ଟି-୨୦ ନାଗପୁର
ନଭେମ୍ବର ୧୪-୧୮ ପ୍ରଥମ ଟେଷ୍ଟ୍ ଇନ୍ଦୋର
ନଭେମ୍ବର ୨୨-୨୬ ଦ୍ବିତୀୟ ଟେଷ୍ଟ୍ କୋଲ୍କାତା
ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ (୩ ଟ୍ବେଣ୍ଟି-୨୦ ଓ ୩ ଦିନିକିଆ)
ଡିସେମ୍ବର ୬ ପ୍ରଥମ ଟ୍ବେଣ୍ଟି-୨୦ ମୁମ୍ବାଇ
ଡିସେମ୍ବର ୮ ଦ୍ବିତୀୟ ଟ୍ବେଣ୍ଟି-୨୦ ଥିରୁବନ୍ତପୁରମ
ଡିସେମ୍ବର ୧୧ ତୃତୀୟ ଟ୍ବେଣ୍ଟି-୨୦ ହାଇଦ୍ରାବାଦ
ଡିସେମ୍ବର ୧୫ ପ୍ରଥମ ଦିନିକିଆ ଚେନ୍ନାଇ
ଡିସେମ୍ବର ୧୮ ଦ୍ବିତୀୟ ଦିନିକିଆ ଭାଇଜାଗ
ଡିସେମ୍ବର ୨୨ ତୃତୀୟ ଦିନିକିଆ କଟକ
ଜିମ୍ବାୱେ ବିପକ୍ଷ (୩ ଟ୍ବେଣ୍ଟି-୨୦) ୨୦୨୦
ଜାନୁଆରି ୫ ପ୍ରଥମ ଟ୍ବେଣ୍ଟି-୨୦ ଗୌହାଟି
ଜାନୁଆରି ୭ ଦ୍ବିତୀୟ ଟ୍ବେଣ୍ଟି-୨୦ ଇନ୍ଦୋର
ଜାନୁଆରି ୧୦ ତୃତୀୟ ଟ୍ବେଣ୍ଟି-୨୦ ପୁନେ
ଅଷ୍ଟ୍ରେଲିଆ ବିପକ୍ଷ (୩ ଦିନିକିଆ)
ଜାନୁଆରି ୧୪ ପ୍ରଥମ ଦିନିକିଆ ମୁମ୍ବାଇ
ଜାନୁଆରି ୧୭ ଦ୍ବିତୀୟ ଦିନିକିଆ ରାଜକୋଟ
ଜାନୁଆରି ୧୯ ତୃତୀୟ ଦିନିକିଆ ବେଙ୍ଗାଲୁରୁ
ଦକ୍ଷିଣ ଆଫ୍ରିକା ବିପକ୍ଷ (୩ ଦିନିକିଆ)
ମାର୍ଚ ୧୨ ପ୍ରଥମ ଦିନିକିଆ ଧର୍ମଶାଳା
ମାର୍ଚ ୧୫ ଦ୍ବିତୀୟ ଦିନିକିଆ ଲକ୍ଷ୍ନୌ
ମାର୍ଚ ୧୮ ତୃତୀୟ ଦିନିକିଆ କୋଲ୍କାତା
ବିଦେଶ ଶୃଙ୍ଖଳା
ନ୍ୟୁଜିଲାଣ୍ଡ ବିପକ୍ଷ (୫ ଟ୍ବେଣ୍ଟି-୨୦, ୩ ଦିନିକିଆ ଓ ୨ ଟେଷ୍ଟ୍)
ଜାନୁଆରି ୨୪ ପ୍ରଥମ ଟ୍ବେଣ୍ଟି-୨୦ ଅକ୍ଲାଣ୍ଡ
ଜାନୁଆରି ୨୬ ଦ୍ବିତୀୟ ଟ୍ବେଣ୍ଟି-୨୦ ଅକ୍ଲାଣ୍ଡ
ଜାନୁଆରି ୨୯ ତୃତୀୟ ଟ୍ବେଣ୍ଟି-୨୦ ହାମିଲଟନ୍
ଜାନୁଆରି ୩୧ ଚତୁର୍ଥ ଟ୍ବେଣ୍ଟି-୨୦ ୱେଲିଂଟନ୍
ଫେବ୍ରୁଆରି ୨ ପଞ୍ଚମ ଟ୍ବେଣ୍ଟି-୨୦ ମାଉଣ୍ଟ୍ ମୌଙ୍ଗାନୁଇ
ଫେବ୍ରୁଆରି ୫ ପ୍ରଥମ ଦିନିକିଆ ହାମିଲଟନ୍
ଫେବ୍ରୁଆରି ୮ ଦ୍ବିତୀୟ ଦିନିକିଆ ଅକ୍ଲାଣ୍ଡ
ଫେବ୍ରୁଆରି ୧୧ ତୃତୀୟ ଦିନିକିଆ ମାଉଣ୍ଟ୍ ମୌଙ୍ଗାନୁଇ
ଫେବ୍ରୁଆରି ୨୧-୨୫ ପ୍ରଥମ ଟେଷ୍ଟ୍ ୱେଲିଂଟନ୍
ଫେବ୍ରୁଆରି ୨୯-ମାର୍ଚ ୪ ଦ୍ବିତୀୟ ଟେଷ୍ଟ୍ ଖ୍ରିଷ୍ଟ୍ଚର୍ଚ