୧୫ରେ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରେ ବିଶ୍ବକପ ପାଇଁ ଭାରତୀୟଦଳ ଘୋଷଣା ହେବ । ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଥିବା ଚୟନ କମିଟି ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଚୟନ କରିବ ।  ଏ ସଂପର୍କରେ ଆଜି ବିସିସିଆଇର ପ୍ରଶାସନିକ କମିଟି (ସିଓଏ) ଘୋଷଣା କରିଛି । ଆଜି ବସିଥିବା ସିଓଏ ବୈଠକରେ ସିକେ ଖାନ୍ନା, ଅମିତାଭ ଚୌଧୁରୀ, ଅନିରୁଦ୍ଧ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।

ଆସିସି ବିଶ୍ବକପ କ୍ରିକେଟ ଆସନ୍ତା ମଇ ୩୦ ତାରିଖରୁ ଆରମ୍ଭ ହେଉଥିବାବେଳେ ଏପ୍ରିଲ ୨୩ ସୁଦ୍ଧା ସବୁ ଟିମଙ୍କୁ ନିଜର ୧୫ ଜଣିଆ ଦଳ ଘୋଷଣା କରିବାକୁ ଆଇସିସି କହିଛି । ଭାରତୀୟ ଚୟନ କମିଟି ଏବେ ଆଇପିଏଲରେ କେତେକ ଖେଳାଳୀଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି । ବିଶେଷକରି ୪ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ତାହା ଖୋଜା ଚାଲିଛି ।

ତେବେ ଜୁନ ୧୬ ତାରିଖରେ ମାଞ୍ଚେଷ୍ଟରଠାରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ସଂପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ବିସିସିଆଇ ସୁତ୍ରରୁ ଜଣାପଡିନାହିଁ । ଏସଂପର୍କରେ ବିସିସିଆଇ ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା କରିବ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର