ଆଡିଲେଡ୍‌ରେ ଐତିହାସିକ ବିଜୟ ପରେ ପର୍ଥ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି

ଆଡିଲେଡ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଐତିହାସିକ ବିଜୟ ପରେ ଏବେ ଭାରତ ପର୍ଥ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ପର୍ଥର ନୂତନ ପିଚ୍‌ରେ ବଲ୍‌ ଦୌଡ଼ିବ। ଏପର୍ଯ୍ୟନ୍ତ ଏହି ପଡ଼ିଆରେ କୌଣସି ଟେଷ୍ଟ ମ୍ୟାଚ ଖେଳାଯାଇ ନାହିଁ କିନ୍ତୁ ଯେଭଳି ଭାବରେ ଖବର ଆସୁଛି, ଟିମ୍‌ ଇଣ୍ଡିଆ ଦ୍ରୁତ ପିଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିରାଟ କୋହଲି ପୁଣି ଥରେ ନିଜ ଟିମ୍‌କୁ ମଜବୁତ କରିବାକୁ ଉଦ୍ୟମ କରିବେ।

ବିରାଟ କୋହଲିଙ୍କୁ ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ କଡ଼ା ମୁକାବିଲା କରିବାକୁ ପଡ଼ିବ। ଅଷ୍ଟ୍ରେଲିଆର ବୋଲରମାନଙ୍କ ପାଇଁ ଏହି ପିଚ୍‌ ଭଲ ଖବର ଦେବ। ଭାରତୀୟ ବୋଲରଙ୍କ ନିକଟରେ ମଧ୍ୟ ସୁଯୋଗ ଅଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜର ଫର୍ମ ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି। ସେହିପରି ଆଡିଲେଡ୍‌ ଭଳି ପର୍ଥରେ ମଧ୍ୟ ସମାନ ପ୍ରକାରର ପ୍ରଦର୍ଶନ କରିବା ଲକ୍ଷ୍ୟ ରଖିଛନ୍ତି ଚେତେଶ୍ୱର ପୂଜାରା।

ଆଡିଲେଡ୍‌ରେ ଭଲ ଇନିଂସ ଖେଳି ନଥିବାରୁ ପର୍ଥ ଭଲ ବ୍ୟାଟିଂ କରିବାକୁ ବିରାଟ କୋହଲି ଉଦ୍ୟମ କରିବେ। ବିରାଟ କୋହଲି ଜାଣିଛନ୍ତି ଯେ, ଦ୍ରୁତ ପିଚ୍‌ରେ ସତର୍କତା ମୂଳକ ଭାବରେ ଖେଳିବାକୁ ପଡ଼ିବ। ରୋହିତ ଶର୍ମାଙ୍କୁ ଟିମ୍‌ରେ ଶାମିଲ କରିବେ କି ନାହିଁ କୋହଲି ଚିନ୍ତା କରିବେ। କାରଣ ପର୍ଥ ଟେଷ୍ଟରେ ବିରାଟ ୫ଜଣ ବୋଲରଙ୍କୁ ନେଇ ପାରନ୍ତି। ଏହା ହେଲେ ରୋହିତଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ଆଶ କମ।

ସମ୍ବନ୍ଧିତ ଖବର