ଟି-୨୦ ବିଶ୍ୱକପ୍‌: ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଗୋଟିଏ ଗ୍ରୁପରେ ସ୍ଥାନ ପାଇଲେ ୨ ଦଳ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ୍ ନେଇ ଆସିଛି ବଡ ଖବର । ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଆଜି ଆଇସିସି ଆଗାମୀ ଟି-୨୦ ବିଶ୍ୱକପ୍ ନେଇ ଗ୍ରୁପ୍ ଘୋଷଣା କରିଥିବାବେଳେ ଗୋଟିଏ ଗ୍ରୁପରେ ଭାରତ ଓ ପାକିସ୍ତାନ ରହିଥିବା ଜଣାପଡିଛି । ଯାହା ଫଳରେ ଦୁଇ ଦଳ ଭିତରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

କରୋନା ମହାମାରୀ ଭିତରେ ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ଭିତରେ ଆଇସିସି ଟି-୨୦ ବିଶ୍ୱକପ୍ ଖେଳାଯିବ । ଭାରତ ବଦଳରେ ଏହି ମ୍ୟାଚ୍ ଆଇସିସି ୟୁଏଇରେ ଆୟୋଜନ କରୁଛି । ତେବେ ଆଜି ଏହାର ଗ୍ରୁପ୍ ଘୋଷଣା ହୋଇଛି ।ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାଲିଫାଇଙ୍ଗ୍ ଟିମରେ ଶ୍ରୀଲଙ୍କା, ଆର୍ୟଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ନାମିବିଆ ସ୍ଥାନ ପାଇଛନ୍ତି । ଏହାସହ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପପୁଆ ନ୍ୟୁ ଗିିନି ଓ ଓମାନ ମଧ୍ୟ ରହିଛନ୍ତି । ଏହି ୮ ଦଳ ଭିତରୁ ୪ଟି ଟିମ୍ ମୁଖ୍ୟ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବେ ।

ଗ୍ରୁପ୍ ୧ 

  • ଇଂଲଣ୍ଡ
  • ଅଷ୍ଟ୍ରେଲିଆ
  • ଦକ୍ଷିଣ ଆଫ୍ରିକା
  • ୱେଷ୍ଟଇଣ୍ଡିଜ୍
  • ଗ୍ରୁପ୍ ‘ଏ’ ର ବିଜେତା
  • ଗ୍ରୁପ୍ ‘ବି’ ର ରନର୍ସ ଅପ୍

ଗ୍ରୁପ୍ ୨

  • ଭାରତ
  • ପାକିସ୍ତାନ
  • ନ୍ୟୁଜିଲାଣ୍ଡ
  • ଆଫଗାନିସ୍ତାନ
  • ଗ୍ରୁପ୍ ‘ଏ’ ର ରନର୍ସ ଅପ୍
  • ଗ୍ରୁପ୍ ‘ବି’ ର ବିଜେତା
ସମ୍ବନ୍ଧିତ ଖବର