ଆଇସିସି କାର୍ଯ୍ୟସୂଚୀ ଘୋଷିତ : ଭାରତରେ ୨୦୩୧ କ୍ରିକେଟ୍ ବିଶ୍ବକପ, ପାକିସ୍ତାନରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୨୪-୨୦୩୧ ବର୍ଷ ପାଇଁ ପ୍ରମୁଖ ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟଗୁଡ଼ିକର କାର୍ଯ୍ୟସୂଚୀ ଘୋଷଣା କରିଛି ।

କାର୍ଯ୍ୟସୂଚୀ ଅନୁସାରେ ଏହି ୮ ବର୍ଷ ମଧ୍ୟରେ ଦୁଇଟି ପୁରୁଷ ବିଶ୍ବକପ, ଦୁଇଟି ଚାମ୍ପିଅନ୍ସ ଟ୍ରଫି ଓ ୪ଟି ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବ । ଏସବୁ ଟୁର୍ଣ୍ଣାମେଣ୍ଟ ଆଇସିସିର ୧୧ଟି ପୂର୍ଣ୍ଣକାଳୀନ ସଦସ୍ୟ ରାଷ୍ଟ୍ର ଓ ୪ଟି ସହଯୋଗୀ ସଦସ୍ୟ ରାଷ୍ଟ୍ରରେ ଅନୁଷ୍ଠିତ ହେବ ।

ଭାରତ ୨୦୨୬ରେ ଟି-୨୦ ବିଶ୍ବକପ, ୨୦୨୯ରେ ଶ୍ରୀଲଙ୍କା ସହ ମିଳିଭାବେ ଚାମ୍ପିଅନ୍ସ ଟ୍ରଫି  ଓ ବାଂଲାଦେଶ ସହ ମିଳିତ ଭାବେ ୨୦୩୧ର ପୁରୁଷ ବିଶ୍ବକପ ଆୟୋଜନ କରିବ । ଅନ୍ୟପକ୍ଷରେ ପାକିସ୍ତାନକୁ ୨୦୨୫ର ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନର ଦାୟିତ୍ବ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୨୩ରେ ଭାରତରେ ଆଇସିସି ପୁରୁଷ ବିଶ୍ବକପ ଅନୁଷ୍ଠିତ ହେବ ।

ଆଇସିସି କାର୍ଯ୍ୟସୂଚୀ ୨୦୨୪-୩୧

୨୦୨୪ ଟି -୨୦ ବିଶ୍ୱକପ  : ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍, ଜୁନ

୨୦୨୫ ଚାମ୍ପିଅନ୍ସ ଟ୍ରଫି  :  ପାକିସ୍ତାନ, ଫେବୃଆରି

୨୦୨୬ ଟି -୨୦ ବିଶ୍ୱକପ  :  ଭାରତ ଏବଂ ଶ୍ରୀଲଙ୍କା, ଫେବୃଆରି

୨୦୨୭ ବିଶ୍ୱକପ୍  :  ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆ, ଅକ୍ଟୋବର / ନଭେମ୍ବର

୨୦୨୮ ଟି -୨୦ ବିଶ୍ୱକପ  :  ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ – ଅକ୍ଟୋବର

୨୦୨୯ ଚାମ୍ପିଅନ୍ସ ଟ୍ରଫି  :  ଭାରତ – ଅକ୍ଟୋବର

୨୦୩୦ ଟି -୨୦ ବିଶ୍ୱକପ  :  ଇଂଲଣ୍ଡ, ଆୟର୍ଲାଣ୍ଡ ଏବଂ ସ୍କଟଲ୍ୟାଣ୍ଡ – ଜୁନ୍

୨୦୩୧ ବିଶ୍ୱକପ୍  :  ଭାରତ ଏବଂ ବାଂଲାଦେଶ – ଅକ୍ଟୋବର / ନଭେମ୍ବର

ସମ୍ବନ୍ଧିତ ଖବର