ପୁରୁଷ ହକି ହକି କ୍ବାର୍ଟର ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ଭେଟିବ ଭାରତ

ଜାପାନକୁ ୫-୩ରେ ପରାସ୍ତ କଲା

ଟୋକିଓ : ଅଲିମ୍ପିକ୍ସ ହକି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଦଳ । କ୍ବାର୍ଟର ଫାଇନାଲରେ ଆସନ୍ତା ଅଗଷ୍ଟ ୧ରେ ଭାରତ ଗ୍ରେଟ୍ ବ୍ରିଟେନକୁ ଭେଟିବ । ଭାରତୀୟ ଦଳ ଗତ ମାର୍ଚ୍ଚ ମାସରେ ନିଜର ୟୁରୋପ ଗସ୍ତ ସମୟରେ ଗ୍ରେଟ୍ ବ୍ରିଟେନକୁ ୩-୨ ରେ ହରାଇଥିଲା । ଏଣୁ ଭାରତର ମନୋବଳ ଉଚ୍ଚ ରହିଛି । ବ୍ରିଟେନକୁ ହରାଇ ସେମିରେ ପ୍ରବେଶ ପାଇଁ ଭାରତ ପାଖରେ ଏକ ବଡ଼ ସୁଯୋଗ ରହିଛି କହିଲେ ଭୁଲ ହେବ ନାହିଁ ।

ଆଜି ଅନୁଷ୍ଠିତ ପ୍ରିକ୍ବାର୍ଟର ଫାଇନାଲରେ ଭାରତ ଜାପାନକୁ ୩-୫ରେ ପରାସ୍ତ କରିଛି । ଭାରତ ପକ୍ଷରୁ ଷ୍ଟ୍ରାଇକର ଗୁରଜନ୍ତ ସିଂ ଦୁଇଟି ଗୋଲ ଦେଇଥିଲେ । ସେହିପରି ହରମନପ୍ରିତ ସିଂ, ସମଶେର ସିଂ ଓ ନୀଳକଣ୍ଠ ଶର୍ମା ଗୋଟିଏ ଲେଖାଏଁ ଗୋଲ କରିଥିଲେ ।

ତେବେ ଏହି ବିଜୟ ସହ ଭାରତ ପୁଲ ଏରେ ୪ଟି ବିଜୟ ସହ ୨ୟ ସ୍ଥାନରେ ରହିଛି । ଲିଗ ପ୍ରର୍ଯ୍ୟାୟରେ ଭାରତ କେବଳ ଅଷ୍ଟ୍ରେଲିଆଠାରୁ ହାରିଥିଲା ।

ସମ୍ବନ୍ଧିତ ଖବର