କାଂସ୍ୟ ପଦକ ପାଇଁ ଜର୍ମାନୀ ସହିତ ମୁକାବିଲା କରିବ ଭାରତୀୟ ପୁରୁଷ ହକି ଦଳ

ଟୋକିଓ : ଭାରତୀୟ ପୁରୁଷ ହକି ଦଳ ଆଜି ବିଶ୍ବ ଚାମ୍ପିଅନ ବେଲଜିୟମଠାରୁ ହାରି ଫାଇନାଲ ଯାଇପାରିନଥିଲେ ବି ପଦକ ଆଶା ଶେଷ ହୋଇନାହିଁ । କାଂସ୍ୟ ବା ବ୍ରୋଞ୍ଜ୍ ପଦକ ଜିତିବାର ବିକଳ୍ପ ଏବେ ବି ଭାରତ ପାଇଁ ଖୋଲା ରହିଛି । ତେବେ ଏଥିପାଇଁ ଭାରତକୁ ଶକ୍ତିଶାଳୀ ଜର୍ମାନୀକୁ ହରାଇବାକୁ ପଡ଼ିବ ।

ଆଜି ପ୍ରଥମ ସେମିରେ ଭାରତ ବେଲଜିୟମଠାରୁ ୫-୨ରେ ହାରିଯାଇଥିବାବେଳେ ୨ୟ ସେମିରେ ଅଷ୍ଟ୍ରେଲିଆ ଜର୍ମାନୀକୁ ୩-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୫ ତାରିଖରେ ପୁରୁଷ ହକିର ଫାଇନାଲ ଅଷ୍ଟ୍ରେଲିଆ ଓ ବେଲଜିୟମ ମଧ୍ୟରେ ହେବ । ସେହିଦିନ ବ୍ରୋଞ୍ଜ୍ ପଦକ ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ ମୁକାବିଲା ହେବ । ଜର୍ମାନୀ ୨୦୧୬ ରିଓ ଅଲମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଥିଲା ।

ଅନ୍ୟପକ୍ଷରେ ଭାରତୀୟ ମହିଳା ହକି ଦଳ ବୁଧବାରଦିନ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ଭେଟିବ । ଗତ ସୋମବାରଦିନ ଭାରତୀୟ ମହିଳା ହକି ଦଳ ତିନିଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ  ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲା ।

ସମ୍ବନ୍ଧିତ ଖବର