ଇଂଲଣ୍ଡକୁ ଧରାଶାୟୀ କଲା ଅକ୍ଷର-ଅଶ୍ୱିନ ଯୋଡ଼ି: ଦ୍ୱିତୀୟ ଇଂନିସରେ ୮୧ରେ ଇଂଲଣ୍ଡ ଅଲଆଉଟ, ଭାରତ ଆଗରେ ୪୯ ରନର ବିଜୟ ଲକ୍ଷ୍ୟ

ଅହମଦାବାଦ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି  । ଏହି ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନରଙ୍କ ଯାଦୁ ଦେଖିବାକୁ ମିଳିଛି । ଟିମ୍-ଇଣ୍ଡିଆର ଦୁଇ ସ୍ପିନର ଅକ୍ଷର ପଟେଲ ଓ ଆର.ଅଶ୍ୱିନଙ୍କ ଦମଦାର ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ । ଦ୍ବିତୀୟ ଇନିଂସରେ ମାତ୍ର ୮୧ ରନରେ ଅଲଆଉଟ ହୋଇଛି ଇଂଲଣ୍ଡ ଦଳ । ଭାରତ ପକ୍ଷରୁ ଅକ୍ଷର ୫ ଓ ଅଶ୍ୱିନ ୪ ୱିକେଟ ନେଇ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଆଣିଥିଲେ।

ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ପ୍ରଥମ ଇଂନିସରେ ୧୧୨ ରନରେ ଅଲ ଆଉଟ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରଲି ସର୍ବାଧିକ ୫୩ ରନ କରିଥିଲେ । ଭାରତ ମଧ୍ୟ ପ୍ରଥମ ଇଂନିସରେ ମାତ୍ର ୧୪୫ ରନରେ ଅଲଆଉଟ ହୋଇଯାଇଥିଲା ଓ ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୬ ରନ କରିଥିଲେ।

ଭାରତର ପ୍ରଥମ ଇଂନିସରେ ରୋହିତ ୬୬, ଶୁବମନ୍ ଗିଲ ୧୧, କୋହଲି ୨୭, ଅଶ୍ୱିନ ୧୭ ଓ ଇଶାନ୍ତ ୧୦ ରନ କରିଥିଲେ । ସେହପରି ଏହି ଇଂନିସରେ ଇଂଲଣ୍ଡ ପକ୍ଷରୁ ଜୋ ରୁଟ ୫ ଓ ଜ୍ୟାକ ଲେହ ୪ଟି ୱିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର