ଲଣ୍ଡନ: ଗୋଟିଏ କ୍ୟାଚ୍ ହାତଛଡ଼ା ବିଶ୍ବକପ୍ ଜିତିବା ଓ ଖାଲି ହାତରେ ଫେରିବା ଉପରେ ଫରକ୍ ଆଣିଥାଏ। ଗୁରୁତ୍ବପୂର୍ଣ୍ଣ ସମୟରେ କ୍ୟାଚ୍ ଧରିନେଲେ ପ୍ରତିପକ୍ଷ ଉପରେ ପ୍ରବଳ ଚାପ ସୃଷ୍ଟି ହୋଇଥାଏ।
ତେବେ ଚଳିତ ବିଶ୍ବକପ୍ରେ ବିରାଟ କୋହଲିଙ୍କ ଭାରତୀୟ ଦଳ କ୍ୟାଚ୍ ଧରିବାରେ ସବୁଠୁ ଶ୍ରେଷ୍ଠ ଦଳ ରହିଛି। ଭାରତ ଏପର୍ଯ୍ୟନ୍ତ ୫ ମ୍ୟାଚ୍ ଖେଳି ସାରିଥିଲା ବେଳେ ମାତ୍ର ଗୋଟିଏ କ୍ୟାଚ୍ ହାତଛଡ଼ା କରିଛି। ଏକମାତ୍ର କ୍ୟାଚ୍ ଲୋକେଶ ରାହୁଲ୍ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ୟୁଜ୍ବେନ୍ଦ୍ର ଚହଲ୍ଙ୍କ ବଲ୍ରେ ଧରିପାରିନଥିଲେ। ଭାରତ ପାଇଁ ଏହା ଏକମାତ୍ର ଖରାପ ପ୍ରଦର୍ଶନ ଥିଲା ବେଳେ ୧୪ କ୍ୟାଚ୍ ଧରିସାରିଛି। ଫଳରେ ଚଳିତ ବିଶ୍ବକପ୍ରେ ଏକ୍ଷେତ୍ରରେ ଭାରତ ହିଁ ସର୍ବଶ୍ରେଷ୍ଠ ଦଳ ରହିଛି। ଅନ୍ୟପକ୍ଷରେ ମୋଟ ୧୪ କ୍ୟାଚ୍ ହାତଛଡ଼ା କରି ପାକିସ୍ତାନ ସବୁଠୁ ନିକୃଷ୍ଟ ପ୍ରଦର୍ଶନର ଦଳ ରହିଛି। ପାକିସ୍ତାନ ପଛକୁ ଆଶାର ବିପରୀତ ଭାବେ ଆୟୋଜକ ଇଂଲଣ୍ଡ (ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ) ୧୨ ଏବଂ ଅପରାଜିତ ଥିବା ନ୍ୟୁଜିଲାଣ୍ଡ୍ (ବୁଧବାର ପାକିସ୍ତାନ ମ୍ୟାଚ୍ ପୂର୍ବରୁ) ୯ କ୍ୟାଚ୍ ଖସାଇଛନ୍ତି। ସବୁଠୁ ଶ୍ରେଷ୍ଠ କ୍ୟାଚିଂ ଦଳ ଭାବେ ଉଭା ହୋଇଥିବା ଭାରତ ଚଳିତ ବିଶ୍ବକପ୍ରେ ପ୍ରତି ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଚାଲିଛି। ଯାହାକି ଭାରତୀୟ ଖେଳାଳିଙ୍କ ଫିଟ୍ନେସ୍ର ପ୍ରମାଣ ଦେଇଛି।
କ୍ୟାଚ୍ରେ ଭାରତ ଶ୍ରେଷ୍ଠ, ପାକିସ୍ତାନ ନିକୃଷ୍ଟ
/sambad/media/post_attachments/wp-content/uploads/2019/06/dhoni-diving-catch-twitter.jpg)