ଆଡିଲେଡ୍‌ ଟେଷ୍ଟ: ଋଷଭ ପନ୍ତ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ କ୍ୟାଚ୍‌ ନେଇ ରେକର୍ଡର ହେଲେ ସମକକ୍ଷ

ଆଡିଲେଡ୍‌: ଆଡିଲେଡ୍‌ ଟେଷ୍ଟ ଭାରତୀୟ ଓ୍ଵିକେଟ୍‌କିପର ଋଷଭ ପନ୍ତ ପାଇଁ ସ୍ମରଣୀୟ ହୋଇ ରହିବ। ସେ ଏହି ଟେଷ୍ଟ ମ୍ୟାଚରେ ସର୍ବାଧିକ କ୍ୟାଚ ଧରି ବିଶ୍ୱ ରେକର୍ଡର ସମକକ୍ଷ ହୋଇ ପାରିଛନ୍ତି। ପନ୍ତ ଏହି ମ୍ୟାଚରେ ମୋଟ୍‌ ୧୧ଟି କ୍ୟାଚ୍‌ ନେଇ ଏହି ଅଦ୍ଭୁତ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି। ଟିମ୍‌ ପେନ୍‌ଙ୍କ କ୍ୟାଚ୍‌ ନେଇ ସେ ଏକ ଟେଷ୍ଟ ମ୍ୟାଚରେ ୧୦ଜଣଙ୍କୁ ଆଉଟ୍‌ କରିବା ମାମଲାରେ ଭାରତୀୟ ଓ୍ଵିକେଟ୍‌କିପିଙ୍ଗ ରେକର୍ଡର ସମକକ୍ଷ ହୋଇଥିଲେ।

ଭାରତ ପାଇଁ ଗୋଟିଏ ଟେଷ୍ଟ ମ୍ୟାଚରେ ସର୍ବାଧିକ କ୍ୟାଚ ଧରିବା ମାମଲାରେ ଋଦ୍ଧିମାନ ଶାହା ଶୀର୍ଷ ତାଲିକାରେ ଥିଲେ। ମିଶେଲ ଷ୍ଟାର୍କଙ୍କ କ୍ୟାଚ୍‌ ନେଇ ପନ୍ତ ଅନ୍ୟ ଭାରତୀୟ ଓ୍ଵିକେଟ୍‌କିପରଙ୍କ ରେକର୍ଡ ଅତିକ୍ରମ କରିଛନ୍ତି। ଶାହା ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତରେ କେପ୍‌ଟାଉନ୍‌ ଟେଷ୍ଟରେ ୧୦ଟି କ୍ୟାଚ୍‌ ନେଇଥିଲେ।

କେଉଁ ଓ୍ଵିକେଟ୍‌କିପର କାହାର ବିପକ୍ଷରେ କେତେ ସର୍ବାଧିକ କ୍ୟାଚ୍‌ ନେଇଛନ୍ତି

ଋଷଭ ପନ୍ତ (ଭାରତ) ୧୧ କ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ: ଆଡିଲେଡ୍‌ (୨୦୧୮)
ଜ୍ୟାକ ରସଲ (ଇଂଲଣ୍ଡ) ୧୧ କ୍ୟାଚ୍‌ ଦ.ଆଫ୍ରିକା ବିପକ୍ଷରେ ଜୋହନସବର୍ଗ (୧୯୯୫)
ଏବି ଡିଭିଲିୟସ (ଦ.ଆଫ୍ରିକା) ୧୧ କ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଜୋହନସ୍‌ବର୍ଗ (୨୦୦୩)
ବବ ଟେଲର (ଇଂଲଣ୍ଡ) ୧୦ କ୍ୟାଚ୍‌ ଭାରତ ବିପକ୍ଷରେ ମୁମ୍ବାଇ (୧୯୮୦)
ଆଦାମ୍‌ ଗିଲଖ୍ରୀଷ୍ଟ (ଅଷ୍ଟ୍ରେଲିଆ) ୧୦ କ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ହାମିଲଟନ୍‌ (୨୦୦୦)
ଋଦ୍ଧମାନ ଶାହ (ଭାରତ) ୧୦ କ୍ୟାଚ୍‌ ଦ.ଆଫ୍ରିକା ବିପକ୍ଷରେ କେପ୍‌ଟାଉନ୍‌ (୨୦୦୮)

ଭାରତର ଅନ୍ୟତମ ସଫଳ ଓ୍ଵିକେଟ୍‌କିପର ମହେନ୍ଦ୍ର ସିଂହ ଧୋନି ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୪ର ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ୯ଜଣ ଶିକାର ହୋଇଥିଲେ। ଏଥିରେ ୮ଟି କ୍ୟାଚ ଓ ଗୋଟିଏ ଷ୍ଟମ୍ପିଂଗ ଥିଲା।

ସମ୍ବନ୍ଧିତ ଖବର