ବେନୋନି (ଦକ୍ଷିଣ ଆଫ୍ରିକା): ୧୯ ବର୍ଷରୁ କମ୍‌ କ୍ରିକେଟ୍‌ରେ ଭାରତୀୟ ଦଳ ଦକ୍ଷିଣ ତୃତୀୟ ଯୁବ ଦିନିକିଆରେ ଆଫ୍ରିକା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ୱିକେଟ୍‌ ହରାଇ ୩୯୩ ରନ୍‌ ସଂଗ୍ରହ କରିଛି। ଭାରତର ଉଭୟ ବିସ୍ଫୋରକ ବ୍ୟାଟର ଶତକ ହାସଲ କରିଛନ୍ତି। ବୈଭବ ସୂର୍ଯ୍ୟବଂଶୀ ୭୪ଟି ବଲ୍‌ରେ ୧୨୭ ରନ୍‌ ସଂଗ୍ରହ କରିଥିଲେ। ସାଥୀ ଖେଳାଳି ଅରୁଣ ଜର୍ଜଙ୍କ ବ୍ୟାଟ୍‌ରୁ ୧୧୮ ରନ୍‌ ଅମଳ ହୋଇଥିଲା। ସେ ୧୦୬ଟି ବଲ୍‌ ସାମ୍ନା କରିଥିଲେ। 

Advertisment

ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ପାଇଁ ଅରୁଣ ଓ ବୈଭବ ପଡ଼ିଆକୁ ଓହ୍ଲାଇଥିଲେ। ଉଭୟ ଉପସ୍ଥିତ ବୁଦ୍ଧି ଲଗାଇ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ପ୍ରଥମ ୱିକେଟ୍‌ ପାଇଁ ୨୨୭ ରନ୍‌ର ଭାଗିଦାରୀ ହୋଇଥିଲେ। ଭାରତ ପ୍ରଥମେ ବୈଭଙ୍କୁ ହରାଇଥିଲା।  ‌କ୍ରିଜ୍‌କୁ ଫେରିବା ପୂର୍ବରୁ ବୈଭବ ୧୭୧.୬୨ ହାରରେ ୭୪ଟି ସମ୍ମୁଖୀନ‌ ହୋଇ ୧୨୭ ରନ୍‌ ସଂଗ୍ରହ କରିଥିଲେ। ଅରୁଣ ୧୦୬ଟି ବଲ୍‌ରେ ୧୧୮ ରନ୍‌ ସଂଗ୍ରହ କରିଥିଲେ, ଯିଏକି ୧୬ଟି ଚୌକା ମାରିଥିଲେ। ଶେଷରେ ମହମ୍ମଦ ଇନାନ ୨ଟି ଛକା ବଳରେ ଅପରାଜିତ ୨୮ ରନ୍‌ ସଂଗ୍ରହ କରିଥିଲେ। 

୧୬୦ ରନ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍‌

ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ ‌ଏନ୍‌ତାଣ୍ଡୋ, ଯିଏ କି ବୈଭବଙ୍କୁ ମଧ୍ୟ ଶିକାର କରିଥିଲେ। ସେହିପରି ଜନସନ ରୋ‌ୱେଲ୍‌ସ ୨ଟି ୱିକେଟ୍‌ ନେଇଥିଲେ। ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଆଗରେ ୩୯୪ ରନ୍‌ ଲକ୍ଷ୍ୟ ରଖିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୩୫ ଓଭରରେ ୧୬୦ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା।

ଆହୁରି ପଢ଼ନ୍ତୁ: Robert Vadra On Bangladesh: ଆଉ ଚୁପ୍ ରହିପାରିବା ନାହିଁ, ବାଂଲାଦେଶ ହିଂସା ନେଇ କ୍ରୋଧିତ ରବର୍ଟ ଭଦ୍ରା ହିନ୍ଦୁଙ୍କ ସୁରକ୍ଷା ପାଇଁ ଚିନ୍ତିତ

ଭାତର ୩-୦ରେ ବିଜୟୀ

ସୂଚନାଯୋଗ୍ୟ, ଭାରତୀୟ ଦଳ ଏହି ଶୃଙ୍ଖଳାକୁ ୩-୦ରେ ମୂଳପୋଚ୍ଛ କରିଛି। ପ୍ରଥମ ମ୍ୟାଚ୍‌ରେ ଟିମ୍‌ ୨୫ ରନ୍‌ରେ ବିଜୟ ହାସଲ କରିଥିଲା। ଏଥିରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍‌ ଗର୍ଜି ନଥିଲା। ସେ କେବଳ ୧୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। କିନ୍ତୁ ଦ୍ବିତୀୟ ମ୍ୟାଚ୍‌ରେ ସେ ୨୮୩.୩୩ ହାରରେ ୬୮ ରନ୍‌ କରିଥିଲେ। ୨୪ଟି ବଲ୍‌ ଖେଳି ସେ ୧୦ଟି ଛକା ଓ ଗୋଟିଏ ଚୌକା ମାରିଥିଲେ। 

ଆହୁରି ପଢ଼ନ୍ତୁ: Murder: ପାରିବାରିକ ଶତ୍ରୁତା ନେଲା ଉଗ୍ରରୂପ, ଯୁବକଙ୍କୁ ନିର୍ମମ ହତ୍ୟା