ନୂଆଦିଲ୍ଲୀ: ବିଶ୍ବବିଜେତା ଭାରତୀୟ ଅଧିନାୟକଙ୍କ ହୃଦୟରେ ଛିଦ୍ର ହେତୁ ଅସ୍ତ୍ରୋପଚାର କରିବାକୁ ପଡ଼ିଥିବାର ଖବର ମିଳିଛି।

Advertisment

ସୂଚନାଯୋଗ୍ୟ,୨୦୨୨ରେ ନର୍ଥ ସାଉଣ୍ଡରେ ଭାରତକୁ ନିଜ ଅଧିନାୟକତ୍ବରେ ଅଣ୍ଡର ୧୯ ବିଶ୍ବ କପ ବିଜେତା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ୟଶ ଧୁଲଙ୍କ ଛାତିରେ ଛିଦ୍ର ଥିବା ଜଣାପଡ଼ିବା ପରେ ଦିଲ୍ଲୀରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ସଫଳ ଅସ୍ତ୍ରୋପଚାର ପରେ ସେ ଘରକୁ ଫେରି ଆସିଥିଲେ। ଏମିତି କି ସେ ଏହି ଅସ୍ତ୍ରୋପଚାର ପରେ ପଡ଼ିଆକୁ ଓହ୍ଲାଇ ନିଜର ଖେଳ ବି ପ୍ରଦର୍ଶନ କରିଥିଲେ।

ନିଜର ଛାତିର ଅସ୍ତ୍ରୋପଚାରକୁ ନେଇ କ୍ରିକେଟର ୟଶ ଧୁଲ କହିଛନ୍ତି, ‘ଅସ୍ତ୍ରୋପଚାର ପରେ ମୋତେ ଶରୀରର ଅଧିକ ଯତ୍ନ ନେବାକୁ ପଡ଼ୁଛି। ଏଥିପ୍ରତି ଭୟଭୀତ ନୁହେଁ ମୁଁ ପଜିଟିଭି ଅଛି। କିନ୍ତୁ ପୂର୍ବଭଳି ଖେଳିବା ପାଇଁ ମୋତେ ଟିକେ ସମୟ ଦରକାର। ମୋର ଏବେ ନିୟମିତ ଚିକିତ୍ସା ଚାଲିଛି। ଶୀଘ୍ର ସୁସ୍ଥ ହୋଇଯିବି। ଏଥିପାଇଁ ଆପଣମାନଙ୍କ ଆର୍ଶୀବାଦ ନିହାତି ଆବଶ୍ୟକ ରହିଛି।’

୨୦୨୨ରେ ନର୍ଥ ସାଉଣ୍ଡରେ ଅଣ୍ଡର୍‌-୧୯ ବିଶ୍ୱକପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଚର୍ଚ୍ଚାରେ ରହିଥିଲା । କ୍ରମାଗତ ପଞ୍ଚମଥର ଯୁବ ବିଶ୍ୱକପ୍ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲା ଭାରତ। ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପର ହାଇଭୋଲଟେଜ୍ ଫାଇନାଲରେ ଭାରତ ୪ ୱିକେଟରେ ଇଂଲଣ୍ଡକୁ ହରାଇ ଚାମ୍ପିୟନ୍ ହୋଇଥିଲା। ପରାଜୟ ସହ ଇଂଲଣ୍ଡର ୨୪ ବର୍ଷ ପରେ ଟ୍ରଫି ଜିତିବାର ଆଶା ମଉଳି ଯାଇଥିଲା।

ଅଧିକ ପଢ଼ନ୍ତୁ ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବ ନାହିଁ: ରାଷ୍ଟ୍ରପତି