ଭାରତ ବନାମ ଅଷ୍ଟ୍ରେଲିଆ ୪ର୍ଥ ଦିନିକିଆ; ଟସ୍‌ ଜିଣି ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ: ରବିବାର ଦିନ ମୋହାଲିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ୪ର୍ଥ ଦିନିକିଆ ମ୍ୟାଚ୍‌ରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି।

ଭାରତୀୟ ଏକାଦଶରେ ଆଜିର ମ୍ୟାଚ୍‌ ପାଇଁ ୪ଟି ପରିବର୍ତ୍ତନ କରାଯାଇଛି। ଅମ୍ବାତି ରାୟୁଡୁଙ୍କ ସ୍ଥାନରେ ଆସିଛନ୍ତି କେଏଲ୍‌ ରାହୁଲ, ଧୋନିଙ୍କ ସ୍ଥାନରେ ଋଷଭ ପନ୍ତ, ମହମ୍ମଦ ଶାମିଙ୍କ ସ୍ଥାନରେ ଭୁବନେଶ୍ୱର କୁମାର ଏବଂ ରବୀନ୍ଦ୍ର ଜାଡ଼େଜାଙ୍କ ପରିବର୍ତ୍ତେ ଖେଳିବେ ଯୁଜବେନ୍ଦ୍ର ଚହଲ।

ଭାରତୀୟ ଏକାଦଶର ଖେଳାଳିମାନେ ହେଲେ: ଶିଖର ଧାଓ୍ଵନ୍‌, ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଳ, ଋଷଭ ପନ୍ତ, କେଦାର ଯାଦବ, ବିଜୟ ଶଙ୍କର, ଭୁବନେଶ୍ୱର କୁମାର, କୁଳଦୀପ ଯାଦବ, ଯୁଜବେନ୍ଦ୍ର ଚହଲ ଓ ଯଶପ୍ରୀତ ବୁମ୍‌ରା।

ଅଷ୍ଟ୍ରେଲିଆ ଏକାଦଶରେ ଖେଳୁଛନ୍ତି: ଆରୋନ୍‌ ଫିଞ୍ଚ୍‌, ଉସ୍‌ମାନ୍‌ ଖ୍ଵାଓ୍ଵାଜା, ସୌନ୍‌ ମାର୍ସ, ପିଟର୍‌ ହ୍ୟାଣ୍ଡ୍‌ସ୍‌କମ୍‌, ଗ୍ଲେନ୍‌ ମ୍ୟାକ୍ସ୍‍େଓ୍ଵଲ୍‌, ଆସ୍‌ଟୋନ୍‌ ଟର୍ଣ୍ଣର୍‌, ଆଲେକ୍ସ୍‍ କ୍ୟାରେ, ଝାଇ ରିଚାର୍ଡସନ୍‌, ପାଟ୍‌ କ୍ୟୁମିନ୍‌ସ୍‌, ଜାସନ୍‌ ବେରେଣ୍ଡ୍ରୋଫ୍‌, ଆଦାମ୍‌ ଜାମ୍ପା।

ସମ୍ବନ୍ଧିତ ଖବର