ଭାରତ-ଅଷ୍ଟ୍ରେଲିଆ, ୫ମ ଦିନିକିଆ: ପ୍ରଥମେ ବ୍ୟାଟିଙ୍ଗ୍‌ କରିବ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ବୁଧବାର ଦିନ ଫିରୋଜ୍‌ଶାହା କୋଟ୍‌ଲାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଯାଉଥିବା ପଞ୍ଚମ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ସ୍ଥିର କରିଛି। ଭାରତୀୟ କ୍ୟାପ୍‌ଟେନ୍‌ ବିରାଟ କୋହଲି ମଧ୍ୟ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ଚାହୁଁଥିଲେ।

ଉଭୟ ଟିମ୍‌ ସେମାନଙ୍କ ଦଳରେ ଗୋଟିଏ ଦୁଇଟି ପରିବର୍ତ୍ତନ କରିଛନ୍ତି। ଭାରତୀୟ ଏକାଦଶରେ କେଏଲ୍‌ ରାହୁଲ ଓ ଯୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଆସିଛନ୍ତି ମହମ୍ମଦ୍‌ ଶାମି ଓ ରବୀନ୍ଦ୍ର ଜାଡ଼େଜା।

ଭାରତୀୟ ଏକାଦଶ: ରୋହିତ ଶର୍ମା, ଶିଖର ଧାଓ୍ଵନ୍‌, ବିରାଟ କୋହଲି, ଋଷଭ ପନ୍ତ, କେଦାର ଯାଦବ, ବିଜୟ ଶଙ୍କର, ରବୀନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ମହମ୍ମଦ ଶାମି, ଯଶ୍‌ପ୍ରୀତ୍‌ ବୁମ୍‌ରା

ଅଷ୍ଟ୍ରେଲିଆ ଏକାଦଶ: ଆରୋନ୍‌ ଫିଞ୍ଚ୍‌, ଉସ୍‌ମାନ୍‌ ଖ୍ଵାଓ୍ଵାଜା, ପିଟର୍‌ ହ୍ୟାଣ୍ଡ୍‌ସ୍‌କମ୍‌, ମାର୍କସ୍‌ ଷ୍ଟୋଇନିସ୍‌, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌, ଆଷ୍ଟୋନ୍‌ ଟର୍ଣ୍ଣର୍‌, ଆଲେକ୍ସ୍‍ କାର୍‌େଓ୍ଵ, ଝାଇ ରିଚାର୍ଡସନ୍‌, ପ୍ୟାଟ୍‌ କୁମିନ୍‌ସ୍‌, ଅଦାମ୍‌ ଜାମ୍ପା, ନାଥନ୍‌ ଲିଓନ୍‌

ସମ୍ବନ୍ଧିତ ଖବର