ଆଡିଲେଡ: ଆଡିଲେଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଦିବା-ରାତ୍ର ଟେଷ୍ଟ୍ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ୧୮୦ରନ୍ ସ୍କୋର କରିଛି। ଗୋଲାପି ବଲ୍ରେ ଖେଳାଯାଉଥିବା ଏହି ମୁକାବିଲାର ପ୍ରଥମ ଇନିଂସରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ନୀତୀଶ ରେଡ୍ଡୀ, ଯିଏ ୪୨ରନ କରିବାକୁ ସକ୍ଷମ ହୋଇଥିଲେ।
ତାଙ୍କ ବ୍ୟତୀତ କେ.ଏଲ୍ ରାହୁଲ ୩୭ରନ୍, ଶୁଭମନ ଗିଲ୍ ୩୧ରନ୍, ଅଶ୍ୱିନ ୨୨ ଏବଂ ଋଷଭ ପନ୍ତ ୨୧ରନ ସ୍କୋର କରିଥିଲେ। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୬ଟି ୱିକେଟ୍ ନେଇଥିବା ଜଣାଯାଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ସିରିଜର ଦ୍ୱିତୀୟ ମ୍ୟାଚ୍ ପାଇଁ ଭାରତୀୟ ଦଳ ପ୍ଲେଇଂ-୧୧ରେ ତିନୋଟି ପରିବର୍ତ୍ତନ କରିଛି। ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ଅଶ୍ୱିନଙ୍କୁ ପ୍ଲେଇଂ-୧୧ରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥି ସହିତ ଦେବଦତ୍ତ ପଡ଼ିକ୍କଲ ଏବଂ ଧ୍ରୁଭ ଜୁରେଲ ମଧ୍ୟ ପ୍ଲେଇଂ-୧୧ରୁ ବାହାରିଛନ୍ତି ଓ ରୋହିତ ଶର୍ମା-ଶୁଭମନ୍ ଗିଲ ସେମାନଙ୍କ ସ୍ଥାନ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/06/LvXTitWwu3WpETsDrNSg.jpg)