ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆଜି ଦୁବାଇରେ ଖେଳାଯାଉଛି। ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିପରି ଭାବରେ, ଭାରତୀୟ ଦଳ ୧୪ତମ ଥର ପାଇଁ ଟସ୍ ହାରି ବୋଲିଂ କରିବା ଆରମ୍ଭ କରିଛି। ଅଷ୍ଟ୍ରେଲିଆ ଦଳରେ ମାଥ୍ୟୁ ଶର୍ଟଙ୍କ ସ୍ଥାନରେ କୁପର କନୋଲିଙ୍କୁ ସ୍ଥାନ ଦିଆଯାଇଛି। ଏହା ସହ ସ୍ପେନସର ଜନସନଙ୍କ ସ୍ଥାନରେ ଲେଗ୍-ସ୍ପିନର ତନବୀର ସଂଘାଙ୍କୁ ସ୍ଥାନ ଦିଆଯାଇଛି। ସଂଘାଙ୍କ ବ୍ୟତୀତ, ଏଡମ ଜାମ୍ପାଙ୍କ ଭଳି ସ୍ପିନର ମଧ୍ୟ ଦଳରେ ଅଛନ୍ତି।
ଅନ୍ୟପକ୍ଷରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିବା ଦଳ ଆଜି ରୋହିତ ଶର୍ମାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ। ଭାରତୀୟ ଦଳ ନିଜ ଗ୍ରୁପ୍ର ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଛି। ସେହି ସମୟରେ, ଅଷ୍ଟ୍ରେଲିଆ ଦଳ ଗ୍ରୁପ୍ ବିରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଶେଷ ଚାରିରେ ପହଞ୍ଚିଥିଲା। ଦୁବାଇରେ ଅନୁଷ୍ଠିତ ହେଉଥିବା ଏହି ସେମିଫାଇନାଲ ମ୍ୟାଚ୍ର ଅପଡେଟ୍ ଏବଂ ଲାଇଭ୍ ସ୍କୋର ପାଇଁ ଏହି ପୃଷ୍ଠାକୁ ରିଫ୍ରେଶ୍ କରନ୍ତୁ।
ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ବେଳେ ଭାରତ ଉପରେ ଅତିରିକ୍ତ ଚାପ ନାହିଁ ବୋଲି ଅଧିନାୟକ ରୋହିତ ଶର୍ମା ସେମିଫାଇନାଲ୍ ପୂର୍ବଦିନ ପ୍ରକାଶ କରିଥିଲେ। ଉଭୟ ଦଳ ଉପରେ ‘ବିଜୟର ଚାପ’ ରହିବ ବୋଲି ସେ ସ୍ପଷ୍ଟ କରିଥିଲେ। ୨୦୧୧ ଦିନିକିଆ ବିଶ୍ବକପ୍ କ୍ବାର୍ଟରଫାଇନାଲ୍ରେ ଅଷ୍ଟ୍ରେଲିଆକୁ ହରାଇବା ପରଠାରୁ ଭାରତ ଆଉ କୌଣସି ଆଇସିସି ଇଭେଣ୍ଟ ନକ୍ ଆଉଟ୍ ପର୍ଯ୍ୟାୟରେ ଏହି ଦଳକୁ ପରାସ୍ତ କରିପାରିନାହିଁ। ୨୦୧୫ ଦିନିକିଆ ବିଶ୍ବକପ୍ ସେମିଫାଇନାଲ୍, ୨୦୨୩ ଦିନିକିଆ ବିଶ୍ବକପ୍ ଫାଇନାଲ୍ରେ ଭାରତକୁ ହରାଇ ଅଷ୍ଟ୍ରେଲିଆ କୋଟିକୋଟି ଭାରତୀୟଙ୍କ ହୃଦୟକୁ ଖିନଭିନ୍ କରି ଦେଇଥିଲା। ଆମେ କିନ୍ତୁ ଦୁବାଇରେ ଗତ ୩ଟି ମ୍ୟାଚ୍ରେ ଯେଉଁ ମନୋଭାବରେ ଖେଳିଛୁ ଏହାକୁ ଜାରି ରଖିବୁ ବୋଲି କହିଥିଲେ ରୋହିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/04/sAy7NYb2b47DyhzA1z7T.jpg)