ଟସ୍‌ ଜିତିଲା ଭାରତ, ଆଗ ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଳୀ: କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୯ ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ଟସ୍‌ ଜିତିଲା ଭାରତ। ଇଂଲଣ୍ଡର ଓଭାଲ ପଡ଼ିଆରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ। ଟସ୍‌ ଜିତି ଏଭଳି ନିଷ୍ପତି ନେଇ ଛନ୍ତି ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି। ଆଉ କିଛି ସମୟ ପରେ ଆରମ୍ଭ ହେବ ସୁପର ସଣ୍ଡେର ସୁପର ମୁକାବିଲା।

 

ସେପଟେ ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ବିରାଟ କୋହଲି କହିଛନ୍ତି ଯେ, ପୂର୍ବ ମ୍ୟାଚରେ ଖେଳାଯାଇଥିବା ପ୍ଲେଇଂ ଏକାଦଶକୁ ନେଇ ଏହି ମ୍ୟାଚ ଖେଳୁଛି ଭାରତ। ତେଣୁ ଦଳରେ କୌଣସି ପରିବର୍ତ୍ତନ ହୋଇ ନାହିଁ ବୋଲି କହିଛନ୍ତି ଭାରତୀୟ କ୍ୟାପଟେନ୍‌ ବିରାଟ କୋହଲି।

ସମ୍ବନ୍ଧିତ ଖବର