ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ : ଚହଲଙ୍କ ଚହଳ

ମେଲବର୍ନ : ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ‌ ଶ୍ରେଷ୍ଠ ବୋଲିଂ ଚିତ୍ର (୧୦-୦-୪୨-୬) ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଲଗାତାର ତୃତୀୟ ଅର୍ଧଶତକ (୮୭*) ବଳରେ ଭାରତ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଦିନିକିଆ ଶୃଙ୍ଖଳା ବିଜୟର ସ୍ପର୍ଶ ପାଇଛି। ଟେଷ୍ଟ୍ ଶୃଙ୍ଖଳା ଭଳି ଦିନିକିଆ ଶୃଙ୍ଖଳାକୁ ବି ୨-୧ରେ ଜିତି ନୂଆ ଇତିହାସ ରଚିଛି। ଉଭୟ ଫର୍ମାଟରେ ଭାରତ କେବେ ପୂର୍ବରୁ ଅଷ୍ଟ୍ରେଲିଆ ମାଟିରେ ଶୃଙ୍ଖଳା ଜିତି ନଥିଲା। ‌ସେହିଭଳି ପ୍ରଥମ ଦେଶ ଭାବେ ଭାରତ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରୁ ବିନା ଶୃଙ୍ଖଳା ପରାଜୟରେ ଫେରିବାର ବିରଳ କୀର୍ତିମାନ କରିଛି। ଏହି ଦୁଇ ମାସିଆ ଲମ୍ବା‌ ଗସ୍ତରେ ଭାରତ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୧-୧, ଟେଷ୍ଟ୍‌ ଏବଂ ଦିନିକିଆକୁ ୨-୧ ଲେଖାଏଁରେ ଜିତି ଯୁଗଳ ଐତିହାସିକ ସଫଳତା ପାଇଛି।

ସମ୍ବନ୍ଧିତ ଖବର