ଦ୍ୱିତୀୟ ଟେଷ୍ଟ: ଆହତ କାରଣରୁ ବାଦପଡ଼ିଲେ ପୃଥି ସ, ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଡିସେମ୍ବର ମାସ ୧୪ ତାରିଖ ଦିନ ଭାରତ ଅଷ୍ଟ୍ରେଲିଆ ବିରୋଧରେ ପର୍ଥ ଠାରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବ। ପ୍ରଥମ ମୃାଚ୍‌ରେ ବିଜୟଲାଭକରିଥିବା ଭାରତ ମନସ୍ତାତ୍ୱିକ ଦୃଷ୍ଟିରୁ ବେଶ୍‌ ଭଲ ସ୍ଥିତିରେ ରହିଛି। ତେବେ ପର୍ଥ ଟେଷ୍ଟ ପାଇଁ ୧୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ୧୩ ଜଣିଆ ସ୍କ୍ଵାଡ୍‌ରେ ଓପନର ପୃଥି ସ, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ଆହତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି।
ସୂଚନାଯୋଗ୍ୟ ଯେ ଭାରତୀୟ ବ୍ୟାଟିଂ ଲାଇନ୍‌ ମୁଖ୍ୟତଃ ଅଧିନାୟକ ବିରାଟ କୋହଲି, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ମୂରଲୀ ବିଜୟଙ୍କ ଉପରେ ନିର୍ଭରଶୀଳ ଥିବା ବେଳେ ବୋଲିଂର ମଙ୍ଗ ସମ୍ଭାଳିବେ ମହମ୍ମଦ ସାମୀ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମରା ଓ ଭୁବନେଶ୍ୱର କୁମାର।
ବିସିସିଆଇ ପକ୍ଷରୁ ପ୍ରଥମ ଟେଷ୍ଟ ପାଇଁ ଘୋଷିତ ଦଳ-ବିରାଟ କୋହଲି(ଅଧିନାୟକ) କେଏଲ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ(ଉପଅଧିନାୟକ) , ମୂରଲୀ ବିଜୟ, ହନୁମା ବିହାରୀ, ରବୀନ୍ଦ୍ର ଜାଦେଜା, ଋଷଭ ପନ୍ଥ, ମହମ୍ମଦ ସାମୀ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମରା , ଭୁବନେଶ୍ୱର କୁମାର ଓ ଉମେଶ ଯାଦବ।

ସମ୍ବନ୍ଧିତ ଖବର