ତ୍ରିରାଷ୍ଟ୍ରୀୟ ମହିଳା ଟ୍ବେଣ୍ଟି-୨୦ ଶୃଙ୍ଖଳା : ଅଷ୍ଟ୍ରେଲିଆଠୁ ହାରିଲା ଭାରତ

କାନବେରା : ବିଶ୍ବର ଦୁଇ ଶୀର୍ଷମାନ୍ୟତାପ୍ରାପ୍ତ ଦଳ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସହିତ ତ୍ରିରାଷ୍ଟ୍ରୀୟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳୁଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ପ୍ରଥମ ପରାଜୟ ବରଣ କରିଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଇଂଳଣ୍ଡକୁ ୫ ୱିକେଟ୍‌ରେ ପରାସ୍ତ କରିଥିବା ଭାରତ ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିକଟରୁ ହାରିଯାଇଛି। ନିଜର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ନିକଟରୁ ହାରିଯାଇଥିବା ଅଷ୍ଟ୍ରେଲିଆ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରିଥିବା ଭାରତକୁ ୪ ୱିକେଟ୍‌ରେ ପରାସ୍ତ କରିଦେଇଛି। ଫଳରେ ତିନି ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ନେଇଛନ୍ତି। ଭାରତ ତା’ର ପରବର୍ତୀ ତଥା ତୃତୀୟ ମ୍ୟାଚ୍‌ ୭ ତାରିଖ ଦିନ ଇଂଲଣ୍ଡ ସହ ଖେଳିବ।

ଟସ୍‌ ହାରି ବ୍ୟାଟିଂ ପାଇଥିବା ଭାରତ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ କରିଥିଲା ୧୦୩ ରନ୍‌। ଏ‌ହାର ଜବାବରେ ଅଷ୍ଟ୍ରଲିଆ ୬ ୱିକେଟ୍‌ ବିନିମୟରେ ୧୦୪ ରନ୍‌ କରିଥିଲା। ପେରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

 

ସମ୍ବନ୍ଧିତ ଖବର