ଭାରତ ବନାମ ଅଷ୍ଟ୍ରେଲିଆ: ଟିମ୍‌ ଇଣ୍ଡିଆ ପାଳିରେ ପଡ଼ିଲା ପ୍ରଥମେ ବୋଲିଂ ସୁଯୋଗ

ନୂଆଦିଲ୍ଲୀ: ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମାତ୍ର ଆଉ କିଛି ସମୟ ପରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-ଟେ୍ଵଣ୍ଟି ମ୍ୟାଚ୍‌। ସିଡନିରେ ଖେଳାଯିବାକୁ ଥିବା ଏହି ମହା ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତିଛି। ଅଷ୍ଟ୍ରେଲିଆ ଟସ୍‌ ଜିତିବା ପରେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ତେବେ ଏହି ରୋମାଞ୍ଚକର ମ୍ୟାଚରେ ପ୍ରଥମେ ଭାରତକୁ ମିଳିଛି ପ୍ରଥମେ ବୋଲିଂ କରିବାର ସୁଯୋଗ।

ବ୍ରିସବନରେ ହାରିବା ପରେ ମେଲବର୍ନ ମ୍ୟାଚ୍‌ ବର୍ଷା ଧୋଇନେବା ଭ୍ରମଣକାରୀ ଭାରତୀୟ ଦଳ ପାଇଁ ସଂକଟ ପାଲଟିଛି। ଫଳରେ ରବିବାର ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ତୃତୀୟ ତଥା ଶେଷ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଭାରତ ପାଇଁ ‘କର ବା ମର’ ପରିସ୍ଥିତି ପାଲଟିଯାଇଛି। ସିଡନିରେ ଏହି ମ୍ୟାଚ୍‌ ହାରିଗଲେ ଭାରତ କ୍ରମାଗତ ସପ୍ତମ ଶୃଙ୍ଖଳା ଜିତିବା ପରେ ପ୍ରଥମ ପରାଜୟ ବରଣ କରିବ। ଶୁକ୍ରବାର ମ୍ୟାଚ୍‌ ବର୍ଷା ବିଗାଡ଼ି ଦେଇଥିବାରୁ ଭାରତ ପାଇଁ କ୍ରମାଗତ ଅଷ୍ଟମ ଶୃଙ୍ଖଳା ଜିତିବାର ଆଶା ମଉଳିଯାଇଛି।

ସମ୍ବନ୍ଧିତ ଖବର