କୋଲ୍କାତା : ଐତିହାସିକ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ୍ରେ ଭାରତ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟ୍ ଖେଳିବ। ଏହି ଟେଷ୍ଟ୍ ଭ୍ରମଣକାରୀ ବାଂଲାଦେଶ ସହ ନଭେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଟେଷ୍ଟ୍ କ୍ରିକେଟ୍ ବିଶେଷକରି ଦିବାରାତ୍ର ଟେଷ୍ଟରେ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଆୟୋଜକ ବେଙ୍ଗଲ କ୍ରିକେଟ୍ ସଂଘ ମ୍ୟାଚ୍ ଆରମ୍ଭ ସମୟ ଏବଂ ଟିକେଟ ମୂଲ୍ୟରେ କୋହଳ କରିଛି। ସାଧାରଣତଃ ଦିବାରାତ୍ର ଟେଷ୍ଟ ଅପରାହ୍ନ ୨.୩୦ ମିନିଟ୍ରେ ଆରମ୍ଭ ହେଉଥିଲା ବେଳେ ଇଡେନ୍ ଗାର୍ଡେନ୍ରେ ଅପରାହ୍ନ ୧.୩୦ ମିନିଟ୍ରୁ ମ୍ୟାଚ୍ ଆରମ୍ଭ କରିବାକୁ ଆୟୋଜକ ନିଷ୍ପତ୍ତି ନେଇଛନ୍ତି। ରାତିରେ କାକରର ପ୍ରଭାବ ଅଧିକ ରହିବା ଆଶଙ୍କା ସାଙ୍ଗକୁ ସଅଳ ମ୍ୟାଚ୍ ଶେଷ ହେଲେ ଦର୍ଶକଙ୍କୁ ଘରକୁ ଫେରିବା ପାଇଁ ସୁବିଧା ହେବ ବୋଲି ଭାବି ୧ ଘଣ୍ଟା ପୂର୍ବରୁ ମ୍ୟାଚ୍ ଆରମ୍ଭ କରିବାର ନିଷ୍ପତ୍ତି ନିଆଯାଇଛି ବୋଲି ବେଙ୍ଗଲ କ୍ରିକେଟ୍ ସଂଘ ସଂପାଦକ ଅଭିଷେକ ଡାଲମିଆ କହିଛନ୍ତି। ସେହିପରି ୬୮,୦୦୦ ଆସନ ବିଶିଷ୍ଟ ଷ୍ଟାଡିୟମ୍ରେ ଦର୍ଶକଙ୍କ ଉପସ୍ଥିତି ଉପରେ ଗୁରୁତ୍ବ ଦିଆଯାଇ ଟିକେଟ ମୂଲ୍ୟ କମ୍ ରଖାଯାଇଛି। ଭରପୁର ଦର୍ଶକ ଯେପରି ମ୍ୟାଚ୍ ଦେଖିବାର ଆଗ୍ରହ ରଖିବେ ସେଥିପାଇଁ ଦୈନିକ ସର୍ବନିମ୍ନ ଟିକେଟ ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ କରାଯାଇ ୧୫୦ ଟଙ୍କା ପର୍ଯ୍ୟନ୍ତ ସ୍ଥିର ହୋଇଛି। ତେବେ ଏନେଇ ପ୍ରସାରଣ ସଂସ୍ଥା ସହ ଆଲୋଚନ କରି ବିସିସିଆଇ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।
ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ୍ରେ ଦିବାରାତ୍ର ଟେଷ୍ଟ୍ ପାଇଁ ସର୍ବନିମ୍ନ ଟିକେଟ ମୂଲ୍ୟ ୫୦ ଟଙ୍କା
/sambad/media/post_attachments/wp-content/uploads/2019/10/eden-test.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)