ଜଣକ ପରେ ଜଣେ ଏପରି ଭାବେ ଭାରତୀୟ କ୍ରିକେଟ ଦଳର ୬ଜଣ ଖେଳାଳି ଆହତ, ଚିନ୍ତାରେ ଖେଳପ୍ରେମୀ

ନୂଆଦିଲ୍ଲୀ: ଆଗାମୀ ବର୍ଷ ହେବାକୁ ଥିବା ବିଶ୍ବକପକୁ ଏବେ ୧୨ମାସରୁ ବି କମ ସମୟ ରହିଛି। ଏମିତିରେ ଭାରତୀୟ କ୍ରିକେଟ ଦଳର ପ୍ରସ୍ତୁତି ଜୋରସୋର ହେବା ଜରୁରୀ। କିନ୍ତୁ ଏବେର ପରିସ୍ଥିତିକୁ ଦେଖିଲେ ଲୋକେ ଭାବୁଛନ୍ତି କିଛି ବି ପ୍ରସ୍ତୁତି ଚାଲି ନାହିଁ। ନ୍ୟୁଜିଲ୍ୟାଣ୍ଡ ପରେ ବାଂଲାଦେଶ ବିପକ୍ଷରେ ଚାଲିଥିବା ମ୍ୟାଚରେ ବି ଭାରତ ହାରି ଯାଇଥିଲା।

ଭାରତୀୟ କ୍ରିକେଟ ଦଳର ଖରାପ ପ୍ରଦର୍ଶନ ତ ଜାରି ରହିଛି। ଏଭଳି ପରିସ୍ଥିତିରେ ଖେଳାଳିଙ୍କ ଫିଟନେସ୍ ବି କ୍ରିକେଟ ପ୍ରଶଂସକଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି। ଦେଖିବାକୁ ଗଲେ ଭାରତୀୟ କ୍ରିକେଟ ଦଳର ୬ଜଣ ଖେଳାଳି ଏହି ସମୟରେ ଆହତ ହୋଇଛନ୍ତି। ଆହତ ଖେଳାଳିମାନେ ଆଗାମୀ ବିଶ୍ବକପରେ ଭାରତୀୟ ଦଳ ପାଇଁ ବଛାଯିବାର ପୂରା ଆଶା ଅଛି।

ଆହତ ଖେଳାଳିଙ୍କ ତାଲିକାରେ ପ୍ରଥମେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନାମ ଆସୁଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଫିଲ୍ଡିଂ କରୁଥିବା ବେଳେ ଗୁରୁତର ଆହତ ହୋଇଥିଲେ । ତାଙ୍କ ଆଙ୍ଗୁଠିରୁ ରକ୍ତ ବାହାରିଥିଲା। ଏହି କାରଣରୁ ତୁରନ୍ତ ତାଙ୍କୁ ପଡ଼ିଆ ଛାଡ଼ି ହସ୍ପିଟାଲ ଯିବାକୁ ପଡ଼ିଥିଲା।

ସେହିପରି ଦ୍ରୁତବୋଲର ଦୀପକ ଚହର ବି ବାରମ୍ବାର ଆହତ ହୋଇଥିବା ଖବର ମିଳିଛି। ଦ୍ୱିତୀୟ ଦିନିକିଆରେ ତାଙ୍କର ହେମଷ୍ଟ୍ରିଙ୍ଗ ଆହତ ହୋଇଥିଲା। ତେବେ ଗତ ୪ମାସ ଭିତରେ ସେ ତିନିଥର ଆହତ ହୋଇସାରିଲେଣି। ଆହତ ହେତୁ ଛଅମାସ ହେବ ସେ କ୍ରିକେଟିଂ ଆକସନରୁ ଦୂରରେ ଅଛନ୍ତି।

ଏହି କ୍ରମରେ ବୋଲର କୁଲଦୀପ ସେନଙ୍କ ନାମ ବି ସାମିଲ ରହିଛି। ସେନ ବାଂଲାଦେଶ ବିପକ୍ଷରେ ୱାନଡେ ସିରିଜ ପୂର୍ବରୁ ମ୍ୟାଚ ଜରିଆରେ ଡେବ୍ୟୁ କରିଥିଲେ। ଏଥିରେ ସେ ଦୁଇଟି ସଫଳତା ହାସଲ କରିଥିଲେ। ଆହତ ହୋଇଥିବାରୁ ସେ ଆଇଆଇ ସିରିଜରୁ ବାହାରେ ଅଛନ୍ତି।

ଏଥିସହିତ ଦ୍ରୁତତମ ବଲର ଜସପ୍ରୀତ ବୁମରା ଓ ମହମ୍ମଦ ସାମି ବି ଆହତ ହୋଇଥିବା ଖବର ରହିଛି । ବୁମରା ଆହତ ହେତୁ ଟି-୨୦ ବିଶ୍ବକପରେ ଭାଗ ନେଇ ପାରି ନଥିଲେ। ସେହିପରି ରବୀନ୍ଦ୍ର ଜାଦେଜା ବି ଆହତ ହେତୁ ଟି-୨୦ ବିଶ୍ବକପ ଖେଳି ପାରି ନଥିଲେ।

ସମ୍ବନ୍ଧିତ ଖବର