ଜୋହାନେସବର୍ଗ: ୧୯ ବର୍ଷରୁ କମ୍ ଆଇସିସି ବିଶ୍ବକପ୍ର ଫାଇନାଲ୍ ମ୍ୟାଚ୍ ରବିବାର ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ୪ ଥର ବିଜେତା ଭାରତ ସପ୍ତମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ବାଂଲାଦେଶ କିନ୍ତୁ କୌଣସି ବୟସ ବର୍ଗର ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଏକ ଆଇସିସି ଫାଇନାଲ୍ ଖେଳିବ। ଦୁଇ ଏସୀୟ ଦଳ ମଧ୍ୟରେ ଏହି ଫାଇନାଲ୍ ମ୍ୟାଚ୍ କଡ଼ା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି। ଭାରତୀୟ ଦଳ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଯଶସ୍ବୀ ଜୟସ୍ବାଲ, ସ୍ପିନର୍ ରବି ବିଷ୍ଣୋଇ ଏବଂ ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ ଚମତ୍କାର ପ୍ରଦର୍ଶନ ଜରିଆରେ ରାତାରାତି ନାୟକ ସାଜିଥିବାରୁ ରବିବାର ସେମାନଙ୍କଠାରୁ ମଧ୍ୟ ଦଳ ପ୍ରଭାବୀ ପ୍ରଦର୍ଶନ ଆଶା କରିବ। ଭାରତ ସେମିଫାଇନାଲରେ ପାକିସ୍ତାନକୁ ୧୦ ୱିକେଟ୍ରେ ପରାସ୍ତ କରିଥିବା ବେଳେ ବାଂଲାଦେଶ ଅନ୍ୟତମ ଏସୀୟ ଦେଶ ନ୍ୟୁଜିଲାଣ୍ଡ୍କୁ ହରାଇଥିଲା। ଭାରତ ବିଜେତା ହେଲେ ହ୍ୟାଟ୍ରିକ୍ ମୁକୁଟ ସହିତ ପଞ୍ଚମ ଥର ବିଜେତା ହେବ। ବାଂଲାଦେଶ କିନ୍ତୁ ପ୍ରଥମ ଥର ବିଶ୍ବକପ୍ ବିଜେତା ହେବାର ସ୍ବପ୍ନ ଦେଖିଛି।
୧୯ ବର୍ଷରୁ କମ୍ ଆଇସିସି ବିଶ୍ବକପ୍: ଆଜି ଫାଇନାଲ୍ରେ ଭାରତ-ବାଂଲାଦେଶ
/sambad/media/post_attachments/wp-content/uploads/2020/02/icc-u19-737x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)