ଭାରତ-ଇଂଲଣ୍ଡ୍‌ ଦ୍ୱିତୀୟ ଟେଷ୍ଟ୍‍: ଟସ୍‌ ଜିଣି ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି ଭାରତ

ଚେନ୍ନାଇ: ଆଜି ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଚେପୌକ୍‌ରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଙ୍ଗ୍‌ ଆରମ୍ଭ କରି ୫.୨ ଓଭର୍‌ରେ ୧ ଓ୍ଵିକେଟ୍‌ ବିନିମୟରେ ୧୬ ରନ୍‌ କରିଛି।

ଭାରତ ପକ୍ଷରୁ ଓପେନିଙ୍ଗ୍‌ ବ୍ୟାଟ୍‌ସ୍‌ମେନ୍‌ ଭାବେ କ୍ରିଚ୍‌କୁ ଯାଇଥିଲେ ରୋହିତ ଶର୍ମା ଏବଂ ଶୁଭମ୍‌ ଗିଲ୍‌। ଅମ୍ପାୟାର୍‌ ବୀରେନ୍ଦ୍ର ଶର୍ମା ‘ପ୍ଲେ’ କହିବା ପରେ ନୂଆ ବଲ୍‌ ଧରି ଇଂଲଣ୍ଡ୍‌ର ଷ୍ଟୁଆର୍ଟ ବ୍ରଡ୍‌ ବୋଲିଙ୍ଗ୍‌ ଆରମ୍ଭ କରିଥିଲେ।

Image Courtesy of India Today

ଓଲି ଷ୍ଟୋନ୍‌ଙ୍କର ଏକ ବଲ୍‌ ଖେଳିବାକୁ ଯାଇ ଆଦୌ ରନ୍‌ କରି ନ ଥିବା ଶୁଭମ୍‌ ଗିଲ୍‌ ଏଲ୍‌ବିଡବ୍ଲୁ ହୋଇ ଆଉଟ୍‌ ହେବା ପରେ ତାଙ୍କ ସ୍ଥାନରେ ଚେତେଶ୍ୱର ପୁଜାରା ଖେଳୁଛନ୍ତି।

Image Courtesy of Hindustan Times

ସମ୍ପ୍ରତି ରୋହିତ ଶର୍ମା ୧୫ଟି ବଲ୍‌ ଖେଳି ୧୨ ରନ୍‌ ସଂଗ୍ରହ କରିଥିବା ବେଳେ ଚେତେଶ୍ୱର ପୂଜାରା ୧୪ଟି ବଲ୍‌ ଖେଳି ୪ ରନ୍‌ କରିଛନ୍ତି।

ଭାରତୀୟ ଏକାଦଶରେ ଅଛନ୍ତି, ରୋହିତ ଶର୍ମା, ଶୁଭମ୍‌ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ଓ୍ଵିକେଟ୍‌ ରକ୍ଷକ), ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ ଅଶ୍ୱିନ, କୁଳଦୀପ ଯାଦବ, ଈଶାନ୍ତ ଶର୍ମା ଓ ମହମ୍ମଦ୍‌ ସିରାଜ।

ଇଂଲଣ୍ଡ୍‌ ଏକାଦଶରେ ଖେଳୁଛନ୍ତି, ରରି ବର୍ଣ୍ଣସ୍‌, ଡୋମିନିକ୍‌ ସିବ୍‌ଲି, ଡାନିଏଲ୍‌ ଲରେନ୍ସ୍‌ ଜୋ ରୁଟ୍‌ (ଅଧିନାୟକ), ବେନ୍‌ ଷ୍ଟୋକ୍ସ୍‍, ଓଲି ପୋପ୍‌, ବେନ୍‌ ଫୋକ୍ସ୍‍ (ଓ୍ଵିକେଟ୍‌ ରକ୍ଷକ), ମୋଇନ୍‌ ଅଲି, ଷ୍ଟୁଆର୍ଟ ବ୍ରଡ୍‌, ଜ୍ୟାକ୍‌ ଲିଚ୍‌ ଏବଂ ଓଲି ଷ୍ଟୋନ୍‌।

ସମ୍ବନ୍ଧିତ ଖବର