ଭାରତ-ଇଂଲଣ୍ଡ୍‌ ଟେଷ୍ଟ୍‍: ପ୍ରଥମ ଇନିଙ୍ଗ୍‌ସ୍‌ରେ ୩୩୭ ରନ୍‌ କରି ଭାରତର ସମସ୍ତ ଖେଳାଳି ଆଉଟ୍‌

ନୂଆଦିଲ୍ଲୀ: ସମ୍ପ୍ରତି ଚେନ୍ନାଇର ‘ଏମ୍‌ଏ ଚିଦମ୍ବରମ୍‌ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ୍‌ ମଧ୍ୟରେ ଚାଲିଥିବା ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ର ୪ର୍ଥ ଦିନରେ ଭାରତୀୟ କ୍ରିକେଟ୍‌ ଟିମ୍‌ ୩୩୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି।

୨୫୭ ରନ୍‌ରେ ୬ ଓ୍ଵିକେଟ୍‌ ହରାଇଥିବା ଭାରତ ଆଜି ଖେଳ ଆରମ୍ଭ କରିଥିଲା। ଭାରତୀୟ ଖେଳାଳି ସୁନ୍ଦର ଏବଂ ଅଶ୍ୱିନ ଯୋଡ଼ି ୪୮ ରନ୍‌ କରି ଇଂଲଣ୍ଡ୍‌ର ବୋଲର୍‌ମାନଙ୍କୁ ହତାଶ କରି ଦେଇଥିଲେ। ପରେ ପରେ ଇଂଲଣ୍ଡ୍‌ର ଜ୍ୟାକ୍‌ ଲିଚ୍‌ଙ୍କଦ୍ୱାରା ରବିଚନ୍ଦ୍ରନ୍‌ ଅଶ୍ୱିନ ଆଉଟ୍‌ ହୋଇଥିଲେ। ଶେଷରେ ବୁମ୍‌ରା କୌଣସି ରନ୍‌ କରିବା ପୂର୍ବରୁ ଜେମ୍‌ସ୍‌ ଆଣ୍ଡର୍‌ସନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। କିନ୍ତୁ, ଇନିଙ୍ଗ୍‌ସ୍‌ ଶେଷ ସୁଦ୍ଧା ଓ୍ଵାସିଂଟନ୍‌ ସୁନ୍ଦର ୮୫ ରନ୍‌ କରି ଅପରାଜିତ ରହିଛନ୍ତି।

Image Courtesy of Hindustan Times

ପୂର୍ବରୁ ପ୍ରଥମ ଇନିଙ୍ଗ୍‌ସ୍‌ରେ ଟସ୍‌ ଜିଣି ଇଂଲଣ୍ଡ୍‌ ପ୍ରଥମେ ବ୍ୟାଟିଙ୍ଗ୍‌ କରି ସମସ୍ତ ଓ୍ଵିକେଟ୍‌ ବିନିମୟରେ ୫୭୮ ରନ୍‌ ସଂଗ୍ରହ କରିଥିଲା। ଏବେ ଭାରତୀୟ କ୍ରିକେଟ୍‌ ଦଳ ପ୍ରଥମ ଇନିଙ୍ଗ୍‌ସ୍‌ରେ ଇଂଲଣ୍ଡ୍‌ ଠାରୁ ୨୪୧ ରନ୍‌ ପଛରେ ରହିଛି।

ପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଦ୍ୱିତୀୟ ଇନିଙ୍ଗ୍‌ସ୍‌ରେ ଦୁଇ ଓଭର୍‌ ଖେଳି ଇଂଲଣ୍ଡ୍‌ ୧ ଓ୍ଵିକେଟ୍‌ ବିନିମୟରେ ୧ ରନ୍‌ କରିଛି। ପ୍ରଥମ ଓ୍ଵିକେଟ୍‌ଟି ଅଶ୍ୱିନଙ୍କୁ ମିଳିଛି।

ସମ୍ବନ୍ଧିତ ଖବର