ଭାରତ-ଆର୍ୟାରଲାଣ୍ଡ ଟି-୨୦: ରୋହିତଙ୍କ ରେକର୍ଡ ଅତିକ୍ରମ କରିବେ ଧାଓ୍ଵନ୍‌!

ନୂଆଦିଲ୍ଲୀ: ଆର୍ୟାରଲାଣ୍ଡ ବିପକ୍ଷରେ ଭାରତୀୟ ଟିମ୍‌ ଶୁକ୍ରବାର ୨ୟ ତଥା ଶେଷ ଟି-୨୦ ମ୍ୟାଚ୍‌ ଖେଳୁଛି। ଭାରତର ଲକ୍ଷ୍ୟ ଆର୍ୟାରଲାଣ୍ଡକୁ ମୂଳ ପୋଛ କରିବା। ପୂର୍ବରୁ ଭାରତ ଏହି ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଅଛି। ଏହି ମୁକାବିଲାରେ ଶିଖର ଧାଓ୍ଵନକୁ ପୁଣିି ରେକର୍ଡ କରିବାକୁ ସୁଯୋଗ ମିଳିିଛି। ଯଦି ସୁଯୋଗ ମିଳିଯାଏ ସାଥୀ ଖେଳାଳି ତଥା ଟିମ୍‌ ଇଣ୍ଡିଆର ଅନ୍ୟତମ ଓପନର ରୋହିତ ଶର୍ମାଙ୍କ ରେକର୍ଡ ଭଙ୍ଗ କରିପାରନ୍ତି। ଧାଓ୍ଵନ ଯଦି ରୋହିତଙ୍କ ରେକର୍ଡ ଭଙ୍ଗ କରିପାରିବେ, କିନ୍ତୁ ବିରାଟ କୋହଲିଙ୍କ ରେକର୍ଡ ନିକଟରେ ଭଙ୍ଗ କରି ପାରିବେ ନାହିଁ।

ପ୍ରଥମ ଟି-୨୦ରେ ଶିଖର ଧାଓ୍ଵନ ୭୪ ରନ୍‌ ସଂଗ୍ରହ କରିଥିଲେ ଓ ଏହି ସ୍କୋର ଯୋଗୁଁ ସେ ଅନ୍ତର୍ଜାତୀୟ ଟି-୨୦ରେ ୯୫୮ ରନ୍‌ ସଂଗ୍ରହ କରିଛନ୍ତି। ଧାଓ୍ଵନଙ୍କୁ ଏବେ ଟି-୨୦ ଅନ୍ତର୍ଜାତୀୟରେ ୧୦୦୦ ରନ୍‌ ପୂରା କରିବା ପାଇଁ ୪୨ ରନ୍‌ ଆବଶ୍ୟକ ଅଛି। ଯଦି ସେ ଆଜିର ମ୍ୟାଚରେ ଏହା ହାସଲ କରନ୍ତି, ତା’ହେଲେ ସବୁଠାରୁ ଦ୍ରୁତ ଗତିରେ ୧୦୦୦ ରନ୍‌ ପୂରା କରିବାରେ ଦ୍ୱତୀୟ ଭାରତୀୟ ହୋଇ ପାରିବେ।

କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ବିରାଟ କୋହଲି ଦ୍ରୁତ ଗତିରେ ୧୦୦୦ ରନ୍‌ ପୂରା କରିଥିଲେ। କୋହଲି ୨୭ଟି ପାଳିରେ ଏହା ପୂରଣ କରିଥିଲେ। କୋହଲିଙ୍କ ପରେ ରୋହିତ ଶର୍ମା ଏହି କ୍ଲବରେ ଶାମିଲ ହୋଇଥିଲେ। ରୋହିତ ଏହି କ୍ଲବରେ ଶାମିଲ ହେବା ପାଇଁ ୪୦ଟି ପାଳି ଖେଳିଥିଲେ। ଧାଓ୍ଵନ ତାଙ୍କ କ୍ୟାରିୟର ୩୮ତମ ଟି-୨୦ ଅନ୍ତର୍ଜାତୀୟ ଖେଳୁଛନ୍ତି।

ସମ୍ବନ୍ଧିତ ଖବର