ଲିସେଷ୍ଟର : ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଏଠାରେ ଚାଲିଥିବା ଲିସେଷ୍ଟରସାୟାର ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଭାରତୀୟ ଦଳ ମାତ୍ର ୨ ରନ୍ର ପାଳି ଅଗ୍ରଣୀ ପାଇଛି। ଭାରତ ୨୪୬/୮ରେ ପାଳି ଘୋଷଣା କରିଦେଇଥିଲା। ତେବେ ଲିସେଷ୍ଟରର ପ୍ରଥମ ପାଳି ଆରମ୍ଭ ଭଲନଥିଲା। ମହମ୍ମଦ ସାମି (୧୨-୩-୪୨-୩), ରବୀନ୍ଦ୍ର ଜାଦେଜା (୮-୩-୨୮-୩), ମହମ୍ମଦ ସିରାଜ (୧୧-୨-୪୬-୨) ଏବଂ ଶାର୍ଦୁଲ ଠାକୁର (୧୬-୨-୭୨-୨) ପ୍ରଭାବୀ ବୋଲିଂ କରି ପ୍ରତିପକ୍ଷ ବ୍ୟାଟର୍ଙ୍କୁ ଅଡୁଆରେ ପକାଇଥିଲେ। ଫଳସ୍ବରୂପ ଅଧିନାୟକ ସାମୁଏଲ୍ ଇଭାନ୍ସ ୧ ରନ୍ରେ ଏବଂ ଭାରତୀୟ ମଧ୍ୟକ୍ରମ ବ୍ୟାଟର୍ ଚେତେଶ୍ବର ପୂଜାରା ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍ ଫେରିଯାଇଥିଲେ।
ତେବେ ଅନ୍ୟତମ ଭାରତୀୟ ତଥା ୱିକେଟ୍ରକ୍ଷକ ଋଷଭ ପନ୍ତ୍ ଅର୍ଦ୍ଧଶତକ ଜମାଇ ଲିସେଷ୍ଟରସାୟାରର ସମ୍ମାନ ରଖିଥିଲେ। ସେ ସର୍ବାଧିକ ୭୬ ରନ୍ କରିବା ସତ୍ତ୍ବେ ଦଳ ୨୪୪ ରନ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨ ରନ୍ ପଛରେ ରହିଯାଇଥିଲା। ଜବାବରେ ଭାରତ ଦ୍ବିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଦ୍ବିତୀୟ ପାଳିରେ ୧ ୱିକେଟ୍ ହରାଇ ୮୦ ରନ୍ କରିଛି। ଶ୍ରୀକର ଭରତ (୩୧*) ଓ ହନୁମା ବିହାରୀ (୯*) ବ୍ୟାଟିଂ କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/pant-f.jpg)