ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ୱେଲିଙ୍ଗଟନରେ ଆୟୋଜିତ ହୋଇଥିଲା। ଅତି ପ୍ରବଳ ବର୍ଷା ଲାଗି ରହିଥିବାରୁ ଠିକ ସମୟରେ ଖେଳ ଆରମ୍ଭ ହୋଇପାରିଲା ନାହିଁ। ଟି-୨୦ ୱାଲର୍ଡ କପରେ ଯେଉଁ ବ୍ରେକ ହୋଇଥିଲା, ଦର୍ଶକଙ୍କ ଆଶା ଥିଲା କି ଏହି ମ୍ୟାଚରେ କିଛି ଧମାକା ଦେଖିବାକୁ ମିଳିବ। କିନ୍ତୁ ଏପରି କିଛି ହେଲା ନାହିଁ।
ତେବେ ୱେଲିଙ୍ଗଟନରେ ଏହି ଖେଳ ପୂର୍ବରୁ ଟି-୨୦ ମ୍ୟାଚ ସମୟରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର ଏବଂ କମେଣ୍ଟେଟର ସାଇମନ ଡୁଲ ଖପ୍ପା ଥିବା ନଜର ଆସିଛନ୍ତି। ସେ ନିଜ ଟୁଇଟର ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ କମେଣ୍ଟ୍ରି ବକ୍ସର ଖରାପ ଚିତ୍ର ଦେଖିବାକୁ ମିଳୁଛି।
@Sportsfreakconz @martindevlinnz Another great reason to play here at @skystadium . I have just cleaned all the seats in our commentary area so our overseas guests can sit down. What a shambles of a place. Embarrassing. #welcometoNZpic.twitter.com/Xnpz5BihcI
— Simon Doull (@Sdoull) November 18, 2022
ସେ ନିଜ ଟୁଇଟରରେ ଲେଖିଛନ୍ତି, ଖେଳିବାର ଏକ ଗୁରୁତ୍ବପୂର୍ଣ୍ଣ କାରଣ ରହିଛି। ମୁଁ ଏବେ ହିଁ କମେଣ୍ଟ୍ରି ବକ୍ସର ସମସ୍ତ ସିଟ ସଫା କରିଛି। କାରଣ ଆମର ବିଦେଶୀ ଅତିଥି ବସିପାରିବେ। କି ଅପରିଷ୍କାର ସ୍ଥାନ, ଲଜ୍ଜାଜନକ। ନ୍ୟୁଜିଲ୍ୟାଣ୍ଡକୁ ସ୍ବାଗତ।
ଅନେକ ସମୟରେ ଦେଖାଯାଏ ଖରାପ ବ୍ୟବସ୍ଥା ପାଇଁ ପୂର୍ବତନ କ୍ରିକେଟର୍ସ କିମ୍ବା ଦର୍ଶକ ଖପ୍ପା ହୋଇଯାଇଥାଆନ୍ତି। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଭଳି ଦେଶ ନିଜର ସୁବ୍ୟବସ୍ଥା ପାଇଁ ପ୍ରସିଦ୍ଧ ରହିଛି। ଏହି କ୍ରମରେ ଏଭଳି ବ୍ୟବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।