ନ୍ୟୁଜିଲ୍ୟାଣ୍ଡରେ ଟିମ୍‌ ଇଣ୍ଡିଆର ପ୍ରଥମ ଟି-୨୦ ବିଜୟ, ୧-୧ରେ ସିରିଜ୍‌

ଅକଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡରେ ଟିମ୍‌ ଇଣ୍ଡିଆ ଆଜି ସର୍ବପ୍ରଥମ ଥର ପାଇଁ ଟି-୨୦ରେ ବିଜୟ ହାସଲ କରିଛି। ଦ୍ୱିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ଵିକେଟ ବିନିମୟରେ ଏହି ଐତିହାସିକ ସଫଳତା ପାଇଛି। ଆଜିର ବିଜୟ ସହ ନ୍ୟୁଜିଲାଣ୍ଡରେ ଖେଳା ଯିବାକୁ ଥିବା ୩ଟିକିଆ ଟି-୨୦ ସିରିଜ୍‌କୁ ୧-୧ରେ ବରାବର ରଖିଛି ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍ଛ୍‍ରେ ନ୍ୟୁଜିଲାଣ୍ଡ ଟମ୍‌ ଇଣ୍ଡିଆକୁ ଅରାଇବା ସହ ୧-୦ରେ ସିରିଜକୁ ନିଜ ସପକ୍ଷରେ ରଖିଥିଲା।


ତେବେ, ଆଜି ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ଚ୍‌ରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫୮ ରନ୍‌ କରବା ସହ ୧୫୯ ରନ୍‌ର ଟାର୍ଗେଟ ଦେଇଥିଲା ଟିମ୍‌ ଇଣ୍ଡିଆକୁ। ହେଲେ ଟିମ୍‌ ଇଣ୍ଡିଆ ୧୮ ଓଭର ଓ ଗୋଟିଏ ବଲ ଖେଳି ୨୦ ଇଭର ପୂର୍ବରୁ ୧୬୨ ରନ୍‌ କରି ଏହି ମ୍ୟାଚ୍ଚ୍‌ରେ ବିଜୟ ହାସଲ କରିଛି। ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ୧ ରନ୍‌ ଆବଶ୍ୟକ ଥିବାବେଳେ ଋଷଭ ପନ୍ତ ଏକ ବାଉଣ୍ଡରି ମାରି ଭାରତ ପାଇଁ ବିଜୟ ଆଣି ଦେଇଥିଲେ।
ଏହି ମ୍ୟାଚ୍ଚରେ କୃନାଲ ପାଣ୍ଡ୍ୟା ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ରୂପେ ବିବେଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର