ଭାରତ-ନିଉଜିଲାଣ୍ଡ୍‌ ଦ୍ୱିତୀୟ ଟି-୨୦ରେ ଟସ୍‌ ଜିଣି ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଲେ ଓ୍ଵିଲିୟମ୍‌ସନ୍‌

ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବାହ୍ନରେ ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡ୍‌ସ୍ଥିତ ଇଡେନ୍‌ ପାର୍କ ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଏବେ ସୁଦ୍ଧା ଏକ ଓଭର ଖେଳ ଶେଷ ସୁଦ୍ଧା କୌଣସି ଉଇକେଟ୍‌ ନ ହରାଇ ନ୍ୟୁଜିଲାଣ୍ଡ ୩ ରନ୍‌ କରିଛି।

ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଉଇଲିୟମ୍‌ ସନ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।

ନ୍ୟୁଜିଲାଣ୍ଡର ଇନିଙ୍ଗ୍‌ସ୍‌ ଆରମ୍ଭ କରୁଛନ୍ତି ଟିମ୍‌ ସିଫର୍ଟ ଏବଂ କଲିନ୍‌ ମୁନ୍‌ରୋ। ସେମାନେ ଭାରତୀୟ ଦଳର ବୋଲର୍‌ ଭୁବନେଶ୍ୱର କୁମାରଙ୍କ ବୋଲିଙ୍ଗ୍‌ର ସମ୍ମୁଖୀନ ହୋଇଥିଲେ।

ଭାରତୀୟ ଏକାଦଶ: ରୋହିତ ଶର୍ମା, ଶିଖର ଧାଓ୍ଵନ, ବିଜୟ ଶଙ୍କର, ଋଷଭ ପନ୍ତ, ଏମ୍‌ଏସ୍‌ ଧୋନି, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍‌ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଳ ଓ ଖଲିଲ୍‌ ଅହମଦ୍‌।

ନ୍ୟୁଜିଲାଣ୍ଡ ଏକାଦଶ: ଟିମ୍‌ ସିଫର୍ଟ, କଲିନ୍‌ ମୁନ୍‌ରୋ, କେନ୍‌ ଉଇଲିୟମ୍‌ସନ୍‌, ଡେରିଲ୍‌ ମିସେଲ୍‌, ରସ୍‌ ଟେଲର୍‌, କଲିନ୍‌ ଡି ଗ୍ରାଣ୍ଡ୍‌ହୋମ୍‌, ମିସେଲ୍‌ ସାଣ୍ଟ୍‌ନର୍‌, ସ୍କଟ୍‌ କୁଗେଲିଜନ୍‌, ଟିମ୍‌ ସାଉଥି, ଈଶ ସୋଢ଼ି ଓ ଲକି ଫର୍ଗୁସନ୍‌।

ସମ୍ବନ୍ଧିତ ଖବର