ନିଉଜିଲାଣ୍ଡ୍‌ ବନାମ ଭାରତ ଟି-ଟେ୍ଵଣ୍ଟି ଫାଇନାଲ୍‌: ଟସ୍‌ ଜିଣି ପ୍ରଥମେ ବୋଲିଙ୍ଗ୍‌ କରିବାକୁ ଭାରତର ନିଷ୍ପତ୍ତି

ନୂଆଦିଲ୍ଲୀ: ରବିବାର ଦିନ ନିଉଜିଲାଣ୍ଡ୍‌ର ହାମିଟନ୍‌ ଅନ୍ତର୍ଗତ ସେଡନ୍‌ ପାର୍କ ଠାରେ ନିଉଜିଲାଣ୍ଡ୍‌ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ୩ୟ ଟି-ଟେ୍ଵଣ୍ଟି ଦିନିକିଆ ଆନ୍ତର୍ଜାତିକ ଚୂଡ଼ାନ୍ତ ମ୍ୟାଚ୍‌ରେ ଟସ୍‌ ଜିଣି ଭାରତ ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି।

ନିଉଜିଲାଣ୍ଡ୍‌ ତରଫରୁ ଓପେନିଙ୍ଗ୍‌ ଯୋଡ଼ିରେ କ୍ରିଜ୍‌କୁ ଆସିଛନ୍ତି କଲିନ୍‌ ମୁନ୍‌ରୋ ଓ ଟିମ୍‌ ସିଫର୍ଟ। ସେମାନଙ୍କୁ ବୋଲିଙ୍ଗ୍‌ କରୁଛନ୍ତି ଭୁବନେଶ୍ୱର କୁମାର ଓ ଖଲିଲ୍‌।

୨ ଓଭର୍‌ ୧ ବଲ୍‌ ଖେଳି ନିଉଜିଲାଣ୍ଡ୍‌ ୧୯ ରନ୍‌ କରିଛି।

ଭାରତ ଏକାଦଶରେ ଖେଳୁଛନ୍ତି: ରୋହିତ ଶର୍ମା, ଶିଖର ଧାଓ୍ଵନ୍‌, ଋଷଭ ପନ୍ତ, ବିଜୟ ଶଙ୍କର, ଦିନେଶ କାର୍ତ୍ତିକ, ଏମ୍‌. ଏସ୍‌. ଧ୍ୱନି, କୃନାଲ୍‌ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କୁଳଦୀପ ଯାଦବ, କେଦାର ଯାଦବ, ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ, ଖଲିଲ୍‌ ଅହମଦ, ଶୁବମନ ଗିଲ୍‌, ମହମଦ ସିରାଜ।

ନିଉଜିଲାଣ୍ଡ୍‌ ଏକାଦଶର ଖେଳାଳିମାନେ ହେଲେ: କେନ୍‌ ଉଇଲିୟମ୍‌ସନ୍‌, ଡଗ୍‌ ବ୍ରେସ୍‌େଓ୍ଵଲ୍‌, କଲିନ୍‌ ଡି ଗ୍ରାଣ୍ଡ୍‌ହୋମ୍‌, ଲକି ଫର୍ଗୁସନ୍‌, ସ୍କଟ୍‌ କଗେଲିଜିନ୍‌, କଲିନ୍‌ ମୁନ୍‌ରୋ, ଡେରିଲ୍‌ ମିସେଲ୍‌, ମିସେଲ୍‌ ସାଣ୍ଟର୍‌, ଟିମ୍‌ ସିଫର୍ଟ, ଈଶ ସୋଢ଼ି, ଟିମ୍‌ ସାଉଥି, ରସ୍‌ ଟେଲର୍‌, ବ୍ଲେୟାର୍‌ ଟିକ୍‌ନର୍‌, ଜେମ୍‌ସ୍‌ ନୀଶମ୍‌।

ସମ୍ବନ୍ଧିତ ଖବର