ନୂଆଦିଲ୍ଲୀ: େଓ୍ଵଲିଙ୍ଗ୍ଟନ୍ ଠାରେ ଚାଲିଥିବା ୫ମ ଦିନିକିଆ କ୍ରିଟେ୍ ମ୍ୟାଚ୍ରେ ଭାରତ ୪୯. ୫ ଓଭର୍ ଖେଳି ୨୫୨ ରନ୍ରେ ଅଲ୍ ଆଉଟ୍ ହୋଇଯିବା ପରେ ନିୟୁଜିଲାଣ୍ଡ୍ ପାଇଁ ୨୫୩ ରନ୍ ଟାର୍ଗେଟ୍ ଦେଇଛି।
ହାର୍ଦିକ୍ ପାଣ୍ଡ୍ୟାଙ୍କ ଆକ୍ରମଣାତ୍ମକ ବ୍ୟାଟିଙ୍ଗ୍ ଯୋଗୁଁ ଭାରତ ୨୫୦ ରନ୍ ଟପିବାରେ ସମର୍ଥ ହୋଇଛି। ସେ ମାତ୍ର ୨୨ଟି ବଲ୍ ଖେଳି ୨ଟି ଚୌକା ଓ ୫ଟି ଛକା ସମେତ ସମୁଦାୟ ୪୫ ରନ୍ ସଂଗ୍ରହ କରିଛନ୍ତି। ନସିମ୍ଙ୍କ ଏକ ବଲ୍ ଖେଳିବାକୁ ଯାଇ ସେ ବୋଲ୍ଟ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଅମ୍ବାତି ଓ ବିଜୟଙ୍କ ପରେ ହାର୍ଦିକ୍ ପାଣ୍ଡ୍ୟା ଓ କେଦାର ଯାଦବ ପଡ଼ିଆକୁ ଆସି ଭାରତୀୟ ପାଳିକୁ ସମ୍ମାନଜନକ ସ୍ଥିତିକୁ .ନେଇଥିଲେ। କେଦାର ଯାଦବ ୪୫ ବଲ୍ .ଖେଳି ୩ଟି ଚୌକା ସହ ୩୪ ରନ୍ କରିଥିଲେ।
ଅଧିନାୟକ ରୋହିତ ଶର୍ମା ଟସ୍ ଜିଣିବା ପରେ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲାଣ୍ଡର ମ୍ୟାଟ୍ ହେନରିଙ୍କ ବଲ୍ରେ ପ୍ରଥମେ ରୋହିତ ଶର୍ମା ଆଉଟ୍ ହୋଇ ଯାଇଥିଲେ। ତା’ପରେ ପଡ଼ିଥିଲା ଶିଖର ଧାଓ୍ଵନ୍ଙ୍କ ଉଇକେଟ୍। ସେ ମଧ୍ୟ ମ୍ୟାଟ୍ ହେନ୍ରିଙ୍କ ବଲ୍ରେ ଥାର୍ଡ ମ୍ୟାନ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଛନ୍ତି। ତାଙ୍କ ପଛକୁ ଶୁବମନ ଗିଲ୍ଙ୍କ ଓ୍ଵିକେଟ୍ ପଡ଼ିଥିଲା। ହାମିଲ୍ଟନ୍ଙ୍କ ବଲ୍ରେ ସେ ସର୍ଟ ଓଭର୍ରେ ସାଣ୍ଟର୍ଙ୍କୁ ଚମତ୍କାର କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ପରେ ପରେ ଏମ୍ ଏସ୍ ଧୋନି ବୋଲ୍ଡ୍ ଆଉଟ୍ ହୋଇଯାଇଥିଲେ। ଏହାପରେ ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ ଆମ୍ବତି ରାଇଡୁ ୧୧୩ ଟି ବଲ୍ ଖେଳି ୯୦ ରନ୍ ଓ ବିଜୟ ଶଙ୍କର ୬୪ ବଲ୍ ଖେଳି ୪୫ ନ୍ କରି ଭାରତୀୟ ବ୍ୟାଟିଂକୁ ବିପର୍ଯ୍ୟରୁ ରକ୍ଷା କରିଥିଲେ।