ପୁନେ: ଭାରତର ଯୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ଅଷ୍ଟମ ଶିକାର ହୋଇଛନ୍ତି ଆଦାମ ମିଲେନ(୦)। କ୍ୱିଓ୍ଵିର ୭ମ ଶିକାର ହୋଇଥିଲେ କୋଲିନ୍ ଗ୍ରାଣ୍ଡ ହୋମ୍(୪୧)। ସେ ଯୁଜବେନ୍ଦ୍ର ଚହଲଙ୍କ ବଲ ଯସପ୍ରିତ ବୁମରାଙ୍କୁ କ୍ୟାଚ ଦେଇଥିଲେ। ହେନରୀ ନିକୋଲ(୪୨)ରନ୍ ସଂଗ୍ରହ କରି ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡର ଟମ୍ ଲାଥାମ(୩୮) ଭାରତର ୫ମ ଶିକାର ହୋଇଥିଲେ। ସେ ୬୨ଟି ବଲ ଖେଳି ଅକ୍ଷର ପଟେଲଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିୟନକୁ ଫେରିଛନ୍ତି। ଭାରତର ୪ର୍ଥ ଶିକାର ହୋଇଥିଲେ ରସ ଟେଲର। ସେ ୩୩ଟି ବଲ ଖେଳି ୨୧ ରନ୍ ସଂଗ୍ରହ କରିବା ପରେ ହାର୍ଦିକ ପାଣ୍ଡ୍ୟାଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିଲେ।
ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ବୁଧବାର ଖେଳ ଜାରି ରହିଛି। ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ପୂର୍ବରୁ ୭ ଓଭରରେ ୩ଟି ମୂଲ୍ୟବାନ ଓ୍ଵିକେଟ ହରାଇ ସାରିଥିଲା। ଦଳର ପ୍ରଥମ ଓ୍ଵିକେଟ ୨୦ ରନ୍ରେ ମାର୍ଟିନ ଗୁପଟିଲ(୧୧), ଦ୍ୱିତୀୟ ଓ୍ଵିକେଟ ୨୫ ରନ୍ରେ ଅଧିନାୟକ କେନ ଓ୍ଵିଲିୟମସନ୍(୩) ଓ ୩ୟ ଓ୍ଵିକେଟ ୨୭ରନ୍ରେ କୋଲିନ ମୁନରୋ (୧୦), ୫୮ ରନ୍ରେ ୪ର୍ଥ ଓ୍ଵିକେଟ(୧୬ଓଭର) ରସ ଟେଲର, ୧୧୮ ରନ୍ରେ ୫ମ ଓ୍ଵିକେଟ (୨୯.୧ଓଭର), ୧୬୫ ରନ୍ରେ ୬ଷ୍ଠ ଓ୍ଵିକେଟ(୩୭.୫ଓଭର), ୭ମ ଓ ୮ମ ଓ୍ଵିକେଟ ୧୮୮ରନ୍ରେ(୪୩.୧ ଓ ୪୩.୨ଓଭର), ଆଉଟ ହୋଇ ପାଭଲିୟନ ଫେରିଥିଲେ।
ଭୁବନେଶ୍ୱର କୁମାରଙ୍କ ବଲ ଖେଳି ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ ଗୁପଟିଲ। ଭୁବନେଶ୍ୱର କୁମାରଙ୍କ ଦ୍ୱାରା କୋଲିନ ମୁନରୋ ବୋଲ୍ଡ ହୋଇଥିବା ବେଳେ ଓ୍ଵିଲିୟମସନ୍ଙ୍କୁ ବୋଲ୍ଡ କରିଥିଲେ ଯଶପ୍ରିତ ବୁମରା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Team-India.jpeg)