ନୂଆଦିଲ୍ଳୀ: କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ରେ ନ୍ୟୁଜିଲାଣ୍ଡ୍କୁ ପରାସ୍ତ କରିଛି। ଏବେ ଭାରତୀୟ ଟିମ୍ ଦିନିକିଆ ସିରିଜ୍ରେ କିୱି ଟିମ୍କୁ ମୁକାବିଲା କରିବ। ଦିନିକିଆ ସିରିଜ୍ରେ ଟିମ୍ର ଅଧିନାୟକତ୍ବ କରିବେ ଶିଖର ଧାୱନ। ପାଣ୍ଡ୍ୟା ଏବେ ଆଉ ଟିମ୍ ସହ ଖେଳିବେ ନାହିଁ। ସେହି କାରଣରୁ ସେ ଟିମ୍କୁ ଛାଡ଼ି ଏବେ ଦେଶକୁ ଫେରି ଆସିଛନ୍ତି।
ପାଣ୍ଡ୍ୟା ଏବେ ଘରକୁ ଫେରିବା ପରେ ନିଜ ପୁଅ ସହ ସମୟ ବିତାଇଛନ୍ତି । ସେ ଘରକୁ ଫେରିବା ମାତ୍ରେ ତାଙ୍କ ପୁଅ ଅଗସ୍ତ୍ୟାଙ୍କୁ ନିଜ ଛାତିରେ ଧରି ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି। ନିଜ ପୁଅକୁ କାନ୍ଧରେ ଧରି ହାର୍ଦ୍ଦିକ ୩ଟି ଫଟୋ ଦେବା ସହ କ୍ୟାପ୍ସନ ଲେଖିଛନ୍ତି, ‘ଘର’ ଏବଂ ଏକ ହାର୍ଟ ଇମୋଜି ବି ଦେଇଛନ୍ତି ସେ ସେଥିରେ।
Home ❤️ pic.twitter.com/P6NlWKzEHm
— hardik pandya (@hardikpandya7) November 24, 2022
ହାର୍ଦ୍ଦିକଙ୍କ ଏହି ପୋଷ୍ଟ୍କୁ ବହୁ ପ୍ରଶଂସକ ପ୍ରଶଂସା କରିଛନ୍ତି। ସେ କାହିଁକି ଦିନିକିଆ ମ୍ୟାଚ୍ ଖେଳିଲେନି ବୋଲି କିଛି ପ୍ରଶଂସକ ପ୍ରଶ୍ନ ବି କରିଛନ୍ତି। ପୁତ୍ର ସହ ତାଙ୍କର ଅନ୍ତରଂଗ ସମୟର ଫଟୋକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ବେଶ୍ ପସନ୍ଦ କରିଛନ୍ତି।
ଆପଣ ଜାଣିଥିବେ ନିଶ୍ଚୟ ଯେ ହାର୍ଦ୍ଦିକ ଜଣେ ‘ଫ୍ୟାମିଲି ବୟ’ । ସେ ସୋସିଆଲ୍ ମିଡିଆରେ ନିଜ ପରିବାର ସହ ଫଟୋ ପୋଷ୍ଟ୍ କରି ଚର୍ଚ୍ଚାରେ ରହିଥାନ୍ତି। ନିକଟ ଅତୀତରେ ସେ ତାଙ୍କ ଶାଶୂ-ଶଶୁରଙ୍କୁ ପ୍ରଥମ ଥର ସାକ୍ଷାତ୍ କରିବାର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ।