ଦୁବାଇ : ଚଳିତ ଏସିଆ କପରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚଭାବେ ଗଣନା କରାଯାଉଛି। କିନ୍ତୁ ଆଶାର ବିପରୀତ ଏହି ମ୍ୟାଚକୁ ନେଇ ଯେପରି ଉତ୍ସାହ ଦେଖାଯିବା କଥା ତାହା ଦେଖାଯାଉନାହିଁ । ଟିକେଟ କଳାବଜାରୀ ହେବା ତ ଦୂରର କଥା ଟିକେଟ ବିକ୍ରି ହେଉନାହିଁ । ଏପରିକି ଅଭ୍ୟାସ ଦେଖିବାକୁ ବି ଲୋକଙ୍କ ମଧ୍ୟରେ ଉତ୍ସାହ ନାହିଁ । ଏପରି ସ୍ଥିତିରେ ଆୟୋଜକଙ୍କ ଚିନ୍ତା ବଢିଯାଇଛି ।
ଆସନ୍ତା ରବିବାର ଏହି ମ୍ୟାଚ ଖେଳାଯିବ । ଏଥିପାଇଁ ଶୁକ୍ରବାର ଦୁଇଟିମ ଅଭ୍ୟାସ କରିଥିଲେ । ଏହା ସତ୍ତ୍ବେ ଏଥିପ୍ରତି ଦର୍ଶକଙ୍କ ଉତ୍ସାହ କମ ଥିଲା । ଅତି ଅଳ୍ପ ଦର୍ଶକ ଏହାକୁ ଦେଖିବାକୁ ଆସିଥିଲେ ।
ଅନ୍ୟପକ୍ଷରେ ଏଥର ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅତି ଖରାପ ଥିବାରୁ ଭାରତରେ ବି କେତେକ ମହଲରେ ଏହାକୁ ତୀବ୍ର ବିରୋଧ କରାଯାଉଛି । ବିରୋଧୀ ଦଳ ଏଥିପାଇଁ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି । ଗୋଟିଏ ପଟେ ସରକାର ପାକିସ୍ତାନ ସହ ସବୁ ପ୍ରକାରର ସଂପର୍କ ଛିନ୍ନ କରିଥିବାବେଳେ ଅନ୍ୟପଟେ କିପରି କ୍ରିକେଟ ଖେଳୁଛନ୍ତି ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/13/new-project-16-2025-09-13-16-03-05.jpg)