ନୂଆଦିଲ୍ଲୀ: ଶତ୍ରୁ ସବୁବେଳେ ଶତ୍ରୁ… ସେ ସୀମାରେ ହେଉ କି ପଡିଆରେ । ଯିଏ ଆତଙ୍କବାଦୀଙ୍କୁ ପୋଷିବ ଆଉ ଭାରତ ବିରୋଧରେ ଷଡଯନ୍ତ୍ର କରିବ ତା ପ୍ରତି ସବୁବେଳେ ଆଭିମୁଖ୍ୟ କଠୋର ହେବା ଜରୁରୀ । ସେନା ଦ୍ବାରା ହେଉ କି ଖେଳାଳିଙ୍କ ଦ୍ବାରା । ଶତ୍ରୁଙ୍କୁ ଶକ୍ତ ଚାପୁଡା ଦେବାକୁ ହାତ ଟାଣ ହେବା ଦରକାର । ଯାହାର ପ୍ରତିଫଳନ ଗତକାଲି ଦୁବାଇ ମ୍ୟାଚରେ ଦେଖିବାକୁ ମିଳିଛି । ଗୋଟେ ପଟେ ମ୍ୟାଚ ହାରି ପାକିସ୍ତାନ ଚିତପଟାଙ୍ଗ ମାରିଥିବା ବେଳେ ଟିମ୍ ଇଣ୍ଡିଆର ନିରବ ବିଦ୍ରୋହ ପାକ୍ ଖେଳାଳିଙ୍କୁ ଭାରି ଅପମାନ ଦେଇଛି । କୁହାଯାଏ ନିରବତା ହିଁ ଶ୍ରେଷ୍ଠ ଅସ୍ତ୍ର ଆଉ ସେହି ଅସ୍ତ୍ରରେ ଗତକାଲି ପାକ୍ ଖେଳାଳିଙ୍କୁ ପରାସ୍ତ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି । 

Advertisment

ନିଜ ଦେଶ ଆମ ପାଇଁ ମହାନ, ଯିଏ ଆମ ଦେଶରେ ଆତଙ୍କୀଙ୍କୁ ଲଗାଇ ନୀରିହ ଲୋକଙ୍କ ପ୍ରାଣ ନେଇଛି। ସେହି ଦେଶର ଖେଳାଳିଙ୍କ ସହ କେମିତି ବ୍ୟବହାର କରାଯିବା ଦରକାର କାଲି ତାହା ଟିମ୍ ଇଣ୍ଡିଆର ଖେଳାଳିଙ୍କ ଛାଣି ଆଉ ଚାହାଣୀରେ ଦେଖିବାକୁ ମିଳିଥିଲା । ପାକ୍ ଖେଳାଳିଙ୍କୁ ହ୍ୟାଣ୍ଡସେକ୍ ଝକଟା ସହ ଡ୍ରେସିଂ ରୁମର କବାଟ ବନ୍ଦ କରିଦେବା ପରେ ପଡିଆରେ ଜଳକା ହେଇ ଚାହିଁ ରହିଥିବା ପାକ୍ ଖେଳାଳିଙ୍କୁ ଭାରି ଅପପାନିତ ଲାଗିଥିବା ବୋଲ ସେମାନେ ଅଭିଯୋଗ କରିଛନ୍ତି ।

ତେବେ ଗତକାଲି ପାକିସ୍ତାନକୁ ପରାଜୟ ଯେତିକି ନ ବାଧିଛି, ସେତିକି ବାଧିଛି କ୍ରିକେଟ୍‌ ପଡ଼ିଆରେ ଟିମ୍ ଇଣ୍ଡିଆର ଖେଳାଳି ଓ ଅଧିନାୟକଙ୍କ ଆଭିମୁଖ୍ୟ । ଏଥିପାଇଁ ଏସିଆ କ୍ରିକେଟ୍‌ କାଉନସିଲରେ ମଧ୍ୟ ପାକିସ୍ତାନ ଅଭିଯୋଗ କରିଛି । ହେଲେ କିଛି କଥା ଖେଳ ଭାବନାଠାରୁ ବି ଉର୍ଦ୍ଧ୍ବରେ ଥାଏ । ଟିମ୍ ଇଣ୍ଡିଆ ଖେଳାଳି ପହଲଗାମ ପୀଡ଼ିତଙ୍କ ପରିବାର ସହ ରହିଥିବା ଏବଂ ସେମାନଙ୍କ ଭାବାବେଗକୁ ସମ୍ମାନ ଦେଇଥିବା କାରଲି ଆଚରଣରୁ ସ୍ପଷ୍ଟ ବାରି ହୋଇ ପଡିଛି । ଯଦିଓ ମ୍ୟାଚ ପୂର୍ବରୁ ପ୍ରବଳ ବିରୋଧ ହେଉଥିଲେ ହେଲେ ମ୍ୟାଚ୍ ଜିତିବା ପରେ ଖେଳାଳିଙ୍କ ବ୍ୟବହାର ପାକିସ୍ତାନକୁ ପୁଣି ବିଶ୍ବ ଦରବାରରେ ଲଜ୍ଜିତ କରିଛି ।

ସେପଟେ ଟିମ୍ ଇଣ୍ଡିଆର ବିଜୟ ପରେ ପ୍ରଶଂସକମାନେ ଦୁବାଇରେ ଭାରତ ପୁଣି ଥରେ ଅପରେସନ ସିନ୍ଦୂର କରିଥିବା କହିଛନ୍ତି । ପହଲଗାମ୍ ହମଲା ପରେ 'ଅପରେସନ୍ ସିନ୍ଦୁର'ରେ ମାଟି କାମୁଡ଼ିଥିଲା ପାକିସ୍ତାନ । ଆଉ ପୁଣି ଏସିଆ କପ୍‌ରେ ବି ବିଜୟର ବାନା ଉଡ଼ାଇ ଭାରତ ସଇତାନ୍‌ ପାକିସ୍ତାନକୁ ପାନେ ଦେଇଛି । ତାସହ ଶତ୍ରୁକୁ ସାବାଡ କରି ଅପରେସନ ସିନ୍ଦୂର-୨କୁ ସଫଳ କରିଛି ବୋଲି ପ୍ରଶଂସକ କହିଛନ୍ତି ।

ଗତକାଲି ମ୍ୟାଚ୍ ପୂର୍ବରୁ ବାରାଣାସୀରେ ମହାଦେବଙ୍କ ପାଖରେ ପୂଜା କରିଥିଲେ ପ୍ରଶଂସକ । ଯେଉଁମାନେ ନିଆରା ପୋଷ୍ଟର ଧରିଥିଲେ ଯେଉଁଥିରେ ଲେଖା ଥିଲା ଅପରେସନ ସିନ୍ଦୂର-୨ । ପୋଷ୍ଟରେ ଭାରତ- ପାକିସ୍ତାନ ଟକ୍କର ସହ ଅପରେସନ ସିନ୍ଦୂର-୨ ଲେଖି ଇଣ୍ଡିଆର ବିଜୟ ପାଇଁ ନାରା ବାଜି ଦେଇଥିଲେ । ପହଲଗାମ୍ ହମଲା ଏବଂ ଅପରେସନ ସିନ୍ଦୂର ପରେ ଏହା ପାକିସ୍ତାନ ସହ ଭାରତର ପ୍ରଥମ ମ୍ୟାଚ ହୋଇଥିବାରୁ ଏହାକୁ ଅପରେସନ ସିନ୍ଦୂର-୨ ବୋଲି ନାଁ ଦେଇ ଭାରତର ବିଜୟ କାମନା କରିଥିଲେ ।