ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ, ବେଙ୍ଗାଲୁରୁରେ ରାତି ୭ଟାରୁ ମୁକାବିଲା

ବେଙ୍ଗାଲୁରୁ: ମୋହାଲିରେ ସହଜ ବିଜୟ ପରେ ଭାରତୀୟ କ୍ରିକେଟ ଟିମ ରବିବାର ବେଙ୍ଗାଲୁରୁସ୍ଥିତ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ ଜିତି ଶୃଙ୍ଖଳାକୁ ନିଜ ନାମରେ କରିବାକୁ ଚାହିଁବ। ଏହି ମୁକାବିଲା ରାତି ୭ରେ ହେବ। ଧର୍ମଶାଳାରେ ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ପରେ ଭାରତ ମୋହାଲିରେ ଦ୍ୱିତୀୟ ମ୍ୟାଚରେ ୭ ଓ୍ଵିକେଟରେ ବିଜୟୀ ହୋଇ ୧-୦ରେ ଅଗ୍ରଣୀ ଅଛି।

ଦ୍ୱିତୀୟ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୪୯ ରନରେ ଅଟକାଇଥିଲା ଏବଂ ପୁଣି କୋହଲିଙ୍କ ଅପରାଜିତ ୭୨ ରନ ବଳରେ ୭ ଓ୍ଵିକେଟରେ ମ୍ୟାଚ ଜିତିଥିଲା। କୋହଲି ଅର୍ଦ୍ଧଶତକ ଇନିଂସ ଖେଳିଥିବା ବେଳେ ଦିପକ ଚହର ୨୨ ରନ ଦେଇ ୨ଟି ଓ୍ଵିକେଟ ନେଇଥିଲେ।

ଆୟୋଜକ ଟିମ୍‌ ପାଇଁ ଓ୍ଵିକେଟକିପର-ବ୍ୟାଟସ୍‌ମ୍ୟାନ ଋଷଭ ପନ୍ତଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି। ସେ ଗତ ମ୍ୟାଚରେ କେବଳ ୪ ରନ କରି ଆଉଟ୍‌ ହୋଇଥିଲେ। ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ପୂର୍ବରୁ କହିଛନ୍ତି ଯେ, ପନ୍ତଙ୍କୁ ସତର୍କମୂଳକ ଭାବେ ବ୍ୟାଟିଂ କରିବାକୁ ହେବ। ତେଣୁ ପନ୍ତ ଏବେ ନିଜର ଫର୍ମ ଖୋଜିବାକୁ ଉଦ୍ୟମ କରିବେ।

Hindustan Times

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଶ୍ରେୟସ୍ ଆୟର, ଋଷବ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ୱାସିଂଟନ ସୁନ୍ଦର, ଦୀପକ ଚହର, କ୍ରୁନାଲ ପାଣ୍ଡ୍ୟା/ ରାହୁଲ ଚହର/ଖଲିଲ ଅହମ୍ମଦ, ନଭଦୀପ ସଇନି।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: କ୍ବିଣ୍ଟନ୍ ଡି’ କକ୍ (ଅଧିନାୟକ), ରସି ଭାନଡର ଦୁସେନ, ଟେମ୍ବା ବଭୁମା, ଡେଭିଡ୍ ମିଲର, କାଗି‌ସୋ ରବାଦା, ତାବ୍ରାଇଜ୍ ସାମି, ଡ୍ବେନ୍ ପ୍ରିଟୋ‌ରିୟସ୍, ଆନ୍ଦିଲ ଫେଲୁକ୍ବାଓ, ବିୟର୍ନ ଫରଟ୍ବିନ୍, ଆନରିଚ୍ ନର୍ତଜେ, ରେଜା ହେଣ୍ଡ୍ରିକ୍ସ।

ସମ୍ବନ୍ଧିତ ଖବର