ନୂଆଦିଲ୍ଲୀ : ଆସନ୍ତା ୫ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବ। ଉଭୟ ଦଳ ୩ ମ୍ୟାଚ୍ ଖେଳିବେ। ଉଭୟ ଦଳ ପାଇଁ ଏହା ୨୦୨୦ରେ ପ୍ରଥମ ଆନ୍ତର୍ଜାତିକ ଶୃଙ୍ଖଳା। ଦୁଇ ଦଳ ପରସ୍ପର ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଫେବ୍ରୁଆରି ୧୦, ୨୦୦୯ରେ ଖେଳିଥିବା ବେଳେ ଶେଷ ମ୍ୟାଚ୍ ମାର୍ଚ୍ଚ ୧୨, ୨୦୧୮ରେ ଖେଳିଥିଲେ। ଏହି ୯ ବର୍ଷ ମଧ୍ୟରେ ଉଭୟ ଦଳ ପରସ୍ପର ମୋଟ ୧୬ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିଲା ବେଳେ ସେଥି ମଧ୍ୟରୁ ଭାରତ ୧୧ ଓ ଶ୍ରୀଲଙ୍କା ୫ ମ୍ୟାଚ୍ ଜିତିଛି। ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଜୟ ପ୍ରତିଶତ ୬୮.୭୫ ରହିଛି। ଅନ୍ୟପଟେ ଶୃଙ୍ଖଳା ବିଜୟ ସହ ନୂଆ ବର୍ଷ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ବିରାଟ ବାହିନୀ। ଉଭୟ ଦଳ ମଧ୍ୟରେ ରୋହିତ ଶର୍ମା ଭାରତ ପକ୍ଷରୁ ସର୍ବାଧିକ ୧୫ ମ୍ୟାଚ୍ ଖେଳିଥିବା ବେଳେ ଶ୍ରୀଲଙ୍କା ପକ୍ଷରୁ ତିସାରା ପେରେରା ସର୍ବାଧିକ ୧୩ ମ୍ୟାଚ୍ ଖେଳିଛନ୍ତି। ରୋହିତ ଶର୍ମା ଏକମାତ୍ର ଶତକ ହାସଲ କରିଥିବା ବେଳେ ବିରାଟ କୋହଲି ଖେଳିଥିବା ୪ ମ୍ୟାଚ୍ରେ ୪ ଅର୍ଧଶତକ ହାସଲ କରିଛନ୍ତି। ରୋହିତ ଶର୍ମା ଭାରତ ପକ୍ଷରୁ ସର୍ବାଧିକ ୧୪ ଛକା ମାରିଥିବା ବେଳେ ଶ୍ରୀଲଙ୍କା ପକ୍ଷରୁ କୁଶାଲ ପେରେରା ସର୍ବାଧିକ ୧୧ ଛକା ମାରିଛନ୍ତି। ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ନାମରେ ସର୍ବାଧିକ ୧୬୫ ରନ୍ ଭାଗୀଦାରିର କୀର୍ତ୍ତିମାନ ରହିଛି। ଡିସେମ୍ବର ୨୨, ୨୦୧୭ରେ ଇନ୍ଦୋରରେ ଦୁହେଁ ଏହି କୀର୍ତ୍ତିମାନ କରିଥିଲେ। ତେବେ ଏଥର ଶୃଙ୍ଖଳାରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି।
ଟ୍ବେଣ୍ଟି-୨୦ରେ ମୁହାଁମୁହିଁ : ଭାରତ ଜିତିଛି ୧୧; ଶ୍ରୀଲଙ୍କା ୫
/sambad/media/post_attachments/wp-content/uploads/2020/01/india-vs-srilanka-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)