ଅହମଦାବାଦ: ଆଜି ଗୁଜରାଟର ଅହମଦାବାଦସ୍ଥିତ ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍’ରେ ଭାରତ ଓ ୱେଷ୍ଟ୍ ଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପ୍ରଥମ ଅନ୍ତର୍ଜାତୀୟ ଏକ ଦବସୀୟ’ ମ୍ୟାଚ୍ରେ ୱେଷ୍ଟ୍ ଇଣ୍ଡିଜ୍ ଏପର୍ଯ୍ୟନ୍ତ ୧୧.୨ ଓଭର୍ ଖେଳି ୨ ୱିକେଟ୍ ବିନିମୟରେ ୪୪ ରନ୍ ସଂଗ୍ରହ କରିଛି।
ତୃତୀୟ ଓଭର୍ରେ ଭାରତୀୟ ବୋଲର୍ ମହମ୍ମଦ୍ ସିରାଜ୍ ଶାଇ ହୋପ୍ଙ୍କୁ ପ୍ରଥମେ ଆଉଟ୍ କରିବା ପରେ ବ୍ରାଣ୍ଡନ୍ କିଙ୍ଗ୍ ୱାସିଂଟନ୍ ସୁନ୍ଦରଙ୍କ ବଲ୍କୁ ଖେଳିବାକୁ ଯାଇ ଯାଦବଙ୍କଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲା।
ଟସ୍ ଜିଣିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବୋଲିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ବିନା ଦର୍ଶକରେ ଚାଲିଥିବା ଏହି ‘ଓଡିଆଇ’ ସିରିଜ୍ ପାଇଁ ବିରାଟ କୋହଲିଙ୍କ ଠାରୁ ‘ଡେବ୍ୟୁ କ୍ୟାପ୍’ ଗ୍ରହଣ କରିଥିଲେ ରୋହିତ ଶର୍ମା।
Image Courtesy of India Todayଆଜି ଭାରତୀୟ ଏକାଦଶରେ ଖେଳୁଛନ୍ତି ରୋହିତ ଶର୍ମା (ଅଧିନାୟକ), ଈଶାନ କିଷନ୍, ବିରାଟ କୋହଲି, ଋଷଭ ପନ୍ତ (ୱିକେଟ୍ ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ଦୀପକ ହୂଦା, ୱାସିଂଟନ୍ ସୁନ୍ଦର, ଶାର୍ଦୁଲ୍ ଠାକୁର, ମହମଦ୍ ସିରାଜ, ଯୁଜବେନ୍ଦ୍ର ଚହଲ୍ ଓ ପ୍ରସିଦ୍ଧ କୃଷ୍ଣ।
ସେହିପରି, ୱେଷ୍ଟ୍ ଇଣ୍ଡିଜ୍ ଏକାଦଶରେ ଖେଳୁଛନ୍ତି, କାଇରନ୍ ପୋଲାର୍ଡ (ଅଧିନାୟକ), ଶାଇ ହୋପ୍ (ୱିକେଟ୍ ରକ୍ଷକ), ନିକୋଲାସ୍ ପୁରାନ୍, ବ୍ରାଣ୍ଡନ୍ କିଙ୍ଗ୍, ଡାରେନ୍ ବ୍ରାଭୋ, ସାମ୍ରା ବ୍ରୁକ୍ସ୍, ଜାସନ୍ ହୋଲ୍ଡର୍, ଫେବିଆନ୍ ଆଲେନ୍, ଅକିଲ୍ ହୋସେନ୍, ଅଲ୍ଜାରି ଜୋସେଫ୍, କିମାର୍ ରୋଚ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/cricket-1.jpg)