ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ୩ୟ ଦିନିକିଆ: ଟସ୍‌ ଜିଣିବା ପରେ ବ୍ୟାଟିଙ୍ଗ୍‌ କରିବାକୁ ଭାରତର ନିଷ୍ପତ୍ତି

ଅହମଦାବାଦ୍: ଆଜି ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆରେ ଟସ୍‌ ଜିଣିବା ପରେ ପ୍ରଥମେ ବ୍ୟାଟିଙ୍ଗ୍ କରିବା ଲାଗି ଭାରତ ନିଷ୍ପତ୍ତି ନେଇଛି।

ଭାରତ ତରଫରୁ ଓପେନିଙ୍ଗ୍ କରୁଛନ୍ତି ରୋହିତ ଶର୍ମା ଏବଂ ଶିଖର ଧାୱନ୍‌। ୱେଷ୍ଟ୍‌ଇଣ୍ଡିଜ୍‌ର କେମାର୍‌ ରୋଚ୍‌ଙ୍କ ୫ଟି ବଲ୍‌ ଖେଳି ରୋହିତ ଶର୍ମା ୫ ରନ୍‌ ସଂଗ୍ରହ କରିଛନ୍ତି। ‌

ଆଜିର ଏହି ମ୍ୟାଚ୍‌ ପାଇଁ ଭାରତୀୟ ଟିମ୍‌ରେ ୪ଟି ପରିବର୍ତ୍ତନ କରାଯାଇଛି। କେ.ଏଲ୍‌. ରାହୁଲ୍‌, ଯୁଜବେନ୍ଦ୍ର ଚହଲ୍‌, ଦୀପକ ହୁଦା ଏବଂ ଶାଦ୍ଦୂଲ ଠାକୁରଙ୍କୁ ଆଜି ଭାରତୀୟ ଟିମ୍‌ରେ ଖେଳୁ ନାହାନ୍ତି। ତାଙ୍କ ସ୍ଥାନରେ ଶିଖର ଧାୱନ୍, କୁଲ୍‌ଦୀପ୍‌ ଯାଦବ, ଶ୍ରେୟସ୍‌ ଆୟେର୍‌ ଏବଂ ଦୀପକ ଚହରଙ୍କୁ ସାମିଲ କରାଯାଇଛି।

Image Courtesy of The Hindu

ଏମାନଙ୍କୁ ମିଶାଇ ଆଜି ଭାରତୀୟ ଏକାଦଶରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଶିଖର ଧାୱନ, ଶ୍ରେୟସ ଆୟେର୍‌, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍‌ ରକ୍ଷକ), ୱାସିଂଟନ୍‌ ସୁନ୍ଦର, ଦୀପକ ଚହର, କୁଲଦୀପ୍‌ ଯାଦବ, ମହମ୍ମଦ୍‌ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା।

ସେହିପରି ୱେଷ୍ଟ୍‌ ଇଣ୍ଡିଜ୍‌ ଏକାଦଶରେ ଖେଳୁଛନ୍ତି: ନିକୋଲାସ୍‌ ପୂରନ (ଅଧିନାୟକ), ସାଇ ହୋପ୍‌ (ୱିକେଟ୍‌ ରକ୍ଷକ), ବ୍ରାଣ୍ଡନ୍‌ କିଙ୍ଗ୍‌, ଡେରେନ୍ ବ୍ରାଭୋ, ସାମ୍‌ରା ବ୍ରୁକ୍‌ସ୍‌, ଜେସନ୍‌ ହୋଲ୍‌ଡର୍‌, ଫେବିୟାନ୍‌ ଆଲେନ୍, ଓଡିନ୍‌ ସ୍ମିଥ୍‌, ଅଲ୍‌ଜାରି ଜୋସେଫ୍‌, ହେଡେନ୍‌ ୱାଲ୍ସ୍‌, କେମାର୍‌ ରୋଚ୍‌।

ସମ୍ବନ୍ଧିତ ଖବର