ହାଇଦ୍ରାବାଦ: ସିମ୍ରନ୍ ହେଟମେୟରଙ୍କ ଅର୍ଦ୍ଧଶତକ (୫୬ ରନ୍, ୪୧ ବଲ, ୨ ଚୌକା, ୪ ଛକା) ବଳରେ ୱେଷ୍ଟଇଣ୍ଡିଜ ଶୁକ୍ରବାର ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତକୁ ୨୦୮ ରନ୍ ବିଜୟ ଲକ୍ଷ୍ୟ ଦେଇଛି। ଭାରତୀୟ କ୍ରିକେଟ୍ ଟିମ୍ ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରିଥିଲା। ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୨୦୭ ରନ୍ କରିଛି।
ଭାରତୀୟ ବୋଲର ଦୀପକ ଚହରଙ୍କ ବଲରେ ଓପନର ଲେଣ୍ଡସି ସିମ୍ମୋନ ଆଉଟ ହୋଇ ପାଭଲିଅନ ଫେରିଯିବା ବେଳକୁ ୱେଷ୍ଟଇଣ୍ଡିଜ୍ ୩ ରନ୍ ସଂଗ୍ରହ କରିଥିଲା। ଏହା ପରେ କ୍ରିଜକୁ ବ୍ରାଣ୍ଡନ କିଙ୍ଗ ଆସିଥିଲେ। ସେ ୨୩ଟି ବଲ ଖେଳି ୩୧ ରନ୍ ସଂଗ୍ରହ କରିବା ପରେ ଟିମ୍ର ୩ୟ ଓ୍ଵିକେଟ ଭାବେ ଆଉଟ୍ ହୋଇ ପଡ଼ିଆରୁ ବିଦାୟ ନେଇଥିଲେ। ଟିମ୍ ୬୪ ରନ୍ରେ ଦ୍ୱିତୀୟ ଓ୍ଵିକେଟ ଭାବେ ଇଭିନ ଲୁଇସ (୪୦ ରନ୍, ୧୭ ବଲ, ୩ ଚୌକା, ୩ ଛକା)ଙ୍କୁ ହରାଇଥିଲା। ଚତୁର୍ଥ ଓ୍ଵିକେଟରେ ୱେଷ୍ଟଇଣ୍ଡିଜ୍ ୭୦ ରନ୍ ସଂଗ୍ରହ କରିଥିବା ବେଳେ ସ୍କୋର ୧୭୩ ରନ୍ରେ ଅଧିନାୟକ କିରଣ ପୋଲାର୍ଡ ଆଉଟ୍ ହୋଇଥିଲେ। ଜସନ ହୋଲଡର (୨୪ରନ୍) ଓ ଦିନେଶ ରାମଦିନ (୧୧ ରନ୍) ଅପରାଜିତ ପଡ଼ିଆକୁ ଫେରିଥିଲେ।ଭାରତୀୟ ବୋଲର ୟୁଜବେନ୍ଦ୍ର ଚହଲଙ୍କୁ ୨ଟି ଓ୍ଵିକେଟ ମିଳିଥିଲା। ସେହିଭଳି ଓ୍ଵାସିଂଟନ ସୁନ୍ଦର, ଦୀପକ ଚହର ଓ ରବୀନ୍ଦ୍ର ଜାଦେଜାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Kohli-Polard.jpg)