ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍ ଟିମ୍ ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ୱେଷ୍ଟଇଣ୍ଡିଜ ଟିମ୍ ବ୍ୟାଟିଂ କରିବାକୁ ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମକୁ ଓହ୍ଲାଇଛି। ରିପୋର୍ଟ ଲେଖାଯିବା ବେଳକୁ ଲେଣ୍ଡଲ ସିମ୍ମୋନ୍ସ ଓ ଇଭିନ ଲୁଇସ୍ ବ୍ୟାଟିଂ କରୁଥିଲେ।
ଅଧିନାୟକ ବିରାଟ କୋହଲିଙ୍କ ଟିମ ଏହି ମୁକାବିଲା ପାଇଁ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଛି। ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଗତ ୨ ବର୍ଷ ମଧ୍ୟରେ ଗୋଟିଏ ବି ମ୍ୟାଚ୍ରେ ହାରି ନାହିଁ। ଟିମ୍ ଏହି ବିଜୟ ଅଭିଯାନ ବଜାୟ ରଖିବାକୁ ସମସ୍ତ ପ୍ରକାରର ଉଦ୍ୟମ କରୁଛି।
ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୧୫ତମ ମ୍ୟାଚ ଖେଳାଯାଉଛି। ଭାରତ ହାଇଦ୍ରାବାଦ୍ ପଡ଼ିଆରେ ୮ଟି ମ୍ୟାଚ୍ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୫ଟି ମ୍ୟାଚ୍ରେ ବିଜୟୀ ହୋଇଛି। ଭାରତ ବିଗତ ୨ ବର୍ଷ ମଧ୍ୟରେ ୱେଷ୍ଟଇଣ୍ଡିଜ୍କୁ କ୍ରମାଗତ ଭାବେ ୬ଟି ମ୍ୟାଚ୍ରେ ପରାସ୍ତ କରିଛି।
ଭାରତୀୟ ଟିମ୍:ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେ ଏଲ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ, ଶିବମ ଦୁବେ, ଓ୍ଵାସିଂଟନ ସୁନ୍ଦର, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଦୀପକ ଚହର, ଭୁବନେଶ୍ୱର କୁମାର।
ୱେଷ୍ଟଇଣ୍ଡିଜ ଟିମ୍: କିରଣ ପୋଲାର୍ଡ (ଅଧିନାୟକ), ଶେଲଡନ କ୍ରାଟେଲ, ଶିମରନ ହେଟମେୟାର, ଜେସନ ହୋଲ୍ଡର, ବ୍ରେଣ୍ଡନ କିଙ୍ଗ, ଏଭିନ ଲୁଇସ, ଖେରି ପିୟରେ, ଦିନେଶ ରାମଦିନ, ଲେଣ୍ଡଲ ସିମସନ, କେସରିକ ଓ୍ଵିଲିୟମ, ହେଡନ ଓ୍ଵାଲ୍ସ ଜୁନିୟର।