ତିରୁଅନନ୍ତପୁରମ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟ୍ୱେଣ୍ଟି-୨୦କୁ ୬ ଓ୍ଵିକେଟ୍ରେ ବିଜୟୀ ହେବା ପରେ ଭାରତର ମନୋବଳ ବଢ଼ିଯାଇଛି। ଭାରତ ଦ୍ୱିତୀୟ ଟ୍ୱେଣ୍ଟି-୨୦କୁ ଜିତି ଶୃଙ୍ଖଳା ବିଜୟର ସ୍ୱାଦ ଚାଖିବା ପାଇଁ ଅପେକ୍ଷା କରିଛି। ଦ୍ୱିତୀୟ ଟ୍ୱେଣ୍ଟି-୨୦ରେ ରବିବାର ୱେଷ୍ଟଇଣ୍ଡିଜ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ ଜାରି ରଖିଛି। କେରଳର ତିରୁଅନନ୍ତପୁରମ୍ସ୍ଥିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯାଉଛି।
ଗତ ୧୩ ମାସ ମଧ୍ୟରେ ଭାରତ ୬ ଥର ଇଣ୍ଡିଜ୍ର ସମ୍ମୁଖୀନ ହୋଇ ସବୁଥର ବିଜୟୀ ହୋଇଥିବାରୁ ରବିବାର ହିଁ ଶୃଙ୍ଖଳା ବିଜୟରେ ମୁଣ୍ଡି ମାରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ତେବେ ଏଥିଲାଗି ବିରାଟ ବାହିନୀକୁ ବ୍ୟାଟିଂ ସହ ବୋଲିଂ ଏବଂ କ୍ଷେତ୍ରରକ୍ଷଣରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ହେବ। କାରଣ ପ୍ରଥମ ଟ୍ୱେଣ୍ଟି-୨୦ରେ ଭାରତ ଅତି ଖରାପ କ୍ଷେତ୍ରରକ୍ଷଣ କରିବା ସହ ଅନ୍ୟୁନ ପାଞ୍ଚଟି କ୍ୟାଚ୍ ହାତଛଡ଼ା କରିଥିଲା।
ଭାରତୀୟ ଟିମ୍: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ଋଷବ ପନ୍ତ, ଶ୍ରେୟସ୍ ଆୟର, ଶିଭମ ଦୁବେ, ରବୀନ୍ଦ୍ର ଜାଦେଜା, ୱାସିଂଟନ ସୁନ୍ଦର, ଦୀପକ ଚହର, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ।
ୱେଷ୍ଟଇଣ୍ଡିଜ ଟିମ୍: ଲେଣ୍ଡଲ ସିମନ୍ସ, ଏଭିନ ଲୁଇସ, ବ୍ରାଣ୍ଡନ କିଙ୍ଗ୍, ସିମରନ୍ ହେଟମେୟର, ନିକୋଲାସ ପୂରନ, କିରଣ ପୋଲାର୍ଡ (ଅଧିନାୟକ), ଜାସନ ହୋଲ୍ଡର, ଖରି ପିଏରେ, କେସ୍ରିକ ୱିଲିୟମ୍ସ, ସେଲଡନ କଟରେଲ, ହେଡେନ ୱାଲ୍ସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/India1.jpg)