ଭିଡିଓ: ମହେନ୍ଦ୍ର ସିଂହ ଧୋନି ଚୟନକର୍ତ୍ତାଙ୍କୁ ଦେଲେ ଏମିତି ଉତ୍ତର, ଯୁବ ଓ୍ଵିକେଟକିପରଙ୍କ ଭଳି କଲେ ପ୍ରଦର୍ଶନ

ପୁନେ: ମହେନ୍ଦ୍ର ସିଂହ ଧୋନି ଶନିବାର ପୁଣିଥରେ ନିଜର ପ୍ରଭାବୀ ପ୍ରଦର୍ଶନ ଦେଖାଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ରୁ ବାଦ ପଡ଼ିବା ପରେ ଧୋନି ଆଜି ପୁନେ ଦିନିକିଆରେ ଏକ  ଦମଦାର କ୍ୟାଚ ନେଇ ଚୟନକର୍ତ୍ତାଙ୍କୁ ଚମକାଇ ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ୩୭ ବର୍ଷିଅ ଧୋନିଙ୍କ ନିକଟରେ ଆଜି ଯୁବ ଭଳି ଶକ୍ତି ଥିବା ଦେଖାଯାଇଥିଲା। ପୁନେ ଦିନିକିଆରେ ୬ଷ୍ଠ ଓଭରରେ ଏକ ବିଶାଳ କ୍ୟାଚ ନେବା ସହିତ ଧୋନି ଚନ୍ଦ୍ରପଲ ହେମରାଜଙ୍କୁ ପାଭଲିଅନ ପଠାଇ ଦେଇଥିଲେ।

ଯଶପ୍ରୀତ ବୁମରାଙ୍କ ବାଉନସର, ଯାହାକି ଚନ୍ଦ୍ରପଲଙ୍କ ମଥା ଉପରକୁ ଉଠିଥିଲା ତାକୁ ହୁକ କରିବା ବ୍ୟତୀତ ଅନ୍ୟ ଉପାୟ ନଥିଲା। ଓ୍ଵିକେଟ ପଛରେ ଧୋନି ପୂର୍ବରୁ ପ୍ରସ୍ତୁତ ଥିଲେ। ବ୍ୟାଟରେ ବଲ ସଂଯୋଗ ହୋଇ ଉରକୁ ଉଠିବା ମାାତ୍ରେ ଧୋନି ଦୌଡ଼ି ଯାଇ କ୍ୟାଚ ଧରିଥିଲେ। ଓ୍ଵିକେଟକିପର ଧୋନି ନିଜସ୍ୱ ଉଦ୍ୟମରେ ପୁନେ ଦିନିକିଆରେ ୩ ଓ୍ଵିକେଟ ନେଇଛନ୍ତି। ଏଥି ସହିତ ବିଶ୍ୱର ଜଣେ ଭଲ ଓ୍ଵିକେଟକିପର ବୋଲି ପ୍ରମାଣିତ କରିଛନ୍ତି।

ସମ୍ବନ୍ଧିତ ଖବର