ମୁମ୍ବାଇ: ଟିମ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ ଦିନିକିଆ ଶୃଙ୍ଖଳାର ୪ର୍ଥ ମୁକାବିଲା ସୋମବାର ଅପରାହ୍ନ ୧ଟା ୩୦ରେ ହେବ। ମୁମ୍ବାଇର ବ୍ରୋବର୍ଣ୍ଣ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉଭୟ ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ମ୍ୟାଚକୁ ଯେଉଁ ଟିମ୍ ଜିତିବ, ସେହି ଦଳ ଶୃଙ୍ଖଳା ଉପରେ ଅନ୍ୟ ଦଳ ଉପରେ ଚାପ ପକାଇବ। ଗୌହାଟୀ ଦିନିକିଆରେ ଭାରତ ବିଜୟୀ ହେବା ପରେ ବିଶାଖାପଟଣା ଦିନିକିଆରେ ମ୍ୟାଚ ରୋମାଞ୍ଚକ ଭାବରେ ଟାଇ ହୋଇଥିଲା। ପୁନେ ଦିନିକିଆରେ ୱେଷ୍ଟଇଣ୍ଡିଜ ୪୩ ରନ୍ରେ ବିଜୟୀ ହୋଇଥିଲା।
/sambad/media/post_attachments/wp-content/uploads/2018/10/India1-300x188.jpg)
ବିରାଟ କୋହଲିଙ୍କ ଟିମ୍ ଯଦି ଚଳିତ ଶୃଙ୍ଖଳାର ଅଧିକାରୀ ହେବାକୁ ଚାହିଁବ, ତା’ହେଲେ ମୁମ୍ବାଇ ଦିନିକିଆକୁ ଜିତିବାକୁ ହେବ। ଯଦି ଭାରତ ଏହି ମ୍ୟାଚରେ ହାରିଯାଏ ତା’ହେଲେ ଶୃଙ୍ଖଳା ଜିତିବା ଆଶା ମଉଳିଯିବ। କାରଣ ଶେଷ ଦିନିକିଆ ବେଳକୁ ଚାପରେ ପଡ଼ି ଯାଇଥିବ।
ଭାରତୀୟ ଟିମ୍: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ଵନ, ଅମ୍ବାତି ରାୟଡୁ, ଋଷଭ ପନ୍ତ, ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ଖଲିଲ ଅହମଦ, ଉମେଶ ଯାଦବ, ଲୋକେଶ ରାହୁଲ, ମନୀଷ ପାଣ୍ଡେ ଓ କେଦାର ଯାଧବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/kohli1.jpeg)