ସେଞ୍ଚୁରିଅନ୍: ଭାରତୀୟ ଖେଳାଳିମାନେ ରବିବାର ସେଞ୍ଚୁରିଅନ୍ର ସୁପର ସ୍ପୋଟସ୍ର୍ ପାର୍କ ଷ୍ଟାଡ଼ିୟମରେ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି। ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଭାରତ ଦମ୍ଦାର ବୋଲିଂ କରିଥିବା ବେଳେ ଦଳର ବ୍ୟାଟସ୍ମ୍ୟାନ୍ମାନେ ମଧ୍ୟ ଭଲ ସ୍କୋର କରିଛନ୍ତି। ଦକ୍ଷିଣ ଆଫ୍ରିକାର କାଗିସୋ ରାବଡ଼ାଙ୍କ ବଲ ମର୍ଣ୍ଣ ମର୍କେଲଙ୍କୁ କ୍ୟାଚ୍ ଦେଇ ରୋହିତ ଶର୍ମା(୧୫) ପାଭଲିଅନ୍ ଫେରିଥିଲେ। ସେତେବେଳକୁ ଭାରତର ସ୍କୋର ୨୬ ରନ୍ ଥିଲା।
ରୋହିତଙ୍କ ପରେ ବ୍ୟାଟିଂ ଜାରି ରଖିଥିବା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୪୪) ପଡ଼ିଆକୁ ଆସିଥିଲେ। ଅନ୍ୟତମ ଓପନର ଶିଖର ଧାଓ୍ଵନ(୫୧) ଦିନିକିଆ କ୍ୟାରିୟରର ୨୪ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ୧୧୯ ରନ୍ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସରେ ୧୯ଓଭର ଖେଳି ୯ଟି ଓ୍ଵିକେଟରେ ଭାରତ ୧୧୭ ରନ୍ ସଂଗ୍ରହ କରିଛି। ଫଳରେ ଭାରତ ୨ୟ ଦିନିକିଆ ବିଜୟୀ ହେବାକୁ ଆଉ ମାତ୍ର ୨ ରନ୍ ଆବଶ୍ୟକ କରୁଛି।
ଭାରତୀୟ ବୋଲିଂରେ ଯୁବବେନ୍ଦ୍ର ଚହଲ(୫ଓ୍ଵିକେଟ) ଓ କୁଳଦୀପ ଯାଦବ(୩ଓ୍ଵିକେଟ୍)ଙ୍କ ବୋଲିଂ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ୩୨.୨ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/team-india1-1.jpg)